ଅଯୋଧ୍ୟା ଜମି ବିବାଦ ମାମଲା । ମଧ୍ୟସ୍ଥତା କମିଟିରୁ ବାହାରିଲାନି ନିଷ୍କର୍ସ, ସୁପ୍ରିମକୋର୍ଟଙ୍କ ରାୟ, ଅଗଷ୍ଟ ୬ରୁ ନିୟମିତ ହେବ ମାମଲାର ଶୁଣାଣି ।

169

କନକ ବ୍ୟୁରୋ : ଆପୋଷ ବୁଝାମଣା ଜରିଆରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ବିଫଳ ହୋଇଛି । ଏନେଇ ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି । ଏହାପରେ ଶୁଣାଣି କରି ଅଗଷ୍ଟ ୬ରୁ ନିୟମିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । ଏଣିକି ସପ୍ତାହକୁ ତିନି ଦିନ ଶୁଣାଣି କରିବେ କୋର୍ଟ ।

ଫେଲ୍ ମାରିଲା ଅଯୋଧ୍ୟା ମଧ୍ୟସ୍ଥତା ଉଦ୍ୟମ । ଅଗଷ୍ଟ ୬ରୁ ନିୟମିତ ଶୁଣାଣି କରିବେ ସୁପ୍ରିମକୋର୍ଟ । ମଧ୍ୟସ୍ଥତା ମାଧ୍ୟମରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ପ୍ରୟାସ ବିଫଳ ହୋଇଛି । ବାବ୍ରି ମସଜିଦ୍ ଓ ରାମ ମନ୍ଦିର ଜମି ବିବାଦ ମାମଲାର ଆପୋଷ ବୁଝାମଣା ଜରିଆରେ ସମାଧାନର ରାସ୍ତା ବାହାର କରିପାରିନି ମଧ୍ୟସ୍ଥତା କମିଟି । ସୁନ୍ନି ୱାକଫ ବୋର୍ଡ ଓ ନିର୍ମୋହି ଅଖଡ଼ା ମଧ୍ୟରେ କୌଣସି ବୁଝାମଣା ହୋଇପାରି ନାହିଁ । ଏହାପରେ ଅଗଷ୍ଟ ୬ରୁ ନିୟମିତ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ବେଂଚ୍ ରାୟ ଦେଇଛନ୍ତି । ଏବେ ସପ୍ତାହରେ ୩ ଦିନ ଶୁଣାଣି ହେବ । ପ୍ରଧାନ ବିିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଜଷ୍ଟିସ୍ କଲିଫୁଲ୍ଲାଙ୍କ ସମେତ ଶ୍ରୀ ଶ୍ରୀ ରବିଶଙ୍କର ଓ ଶ୍ରୀରାମ ପଂଚୁଙ୍କୁ ନେଇ ଗଠିତ ମଧ୍ୟସ୍ଥତା କମିଟି ଗୁରୁବାର ବନ୍ଦ ଲଫାପାରେ କୋର୍ଟଙ୍କୁ ରିପୋର୍ଟ ହୋଇଥିଲା । ଏଥିରେ ମଧ୍ୟସ୍ଥତା ବିଫଳ ହୋଇଥିବା କୋର୍ଟଙ୍କୁ ଜଣାଇଥିଲା କମିଟି । ସେପଟେ ମଧ୍ୟସ୍ଥତା ବିଫଳ ହେବା ପ୍ରସଙ୍ଗରେ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରିବାକୁ ମାର୍ଚ୍ଚ ୮ରେ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା । ଜୁଲାଇ ୧୮ରେ ସୁପ୍ରିମକୋର୍ଟ ବେଂଚ ଶୁଣାଣି କରି ଅଗଷ୍ଟ ୧ରେ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଇଥିଲେ ।