ମିଶନ ଶକ୍ତି ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ବୁଲିବ ୬୦ଟି ରଥ, ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ କରିବ ସଚେତନ  । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମିଶନ ଶକ୍ତି ରଥର ଶୁଭାରମ୍ଭ କରିଛନ୍ତି ।

389
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମିଶନ ଶକ୍ତି ରଥର ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ପାଇଁ ସ୍ୱତନ୍ତ୍ର ଏଲଇଡି ସଂଲଗ୍ନ ଗାଡି ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳକୁ ଯାତ୍ରା କରି ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର କାହାଣୀ ଓ ଗୋଷ୍ଠୀ ନେତ୍ରୀମାନଙ୍କ ବର୍ତ୍ତା ମଧ୍ୟ ପ୍ରସାରଣ କରିବ । ଆଜି ୨୫ଟି ରଥକୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୬୦ଟି ରଥ ପ୍ରଚାର ପ୍ରସାର କରିବେ ।
ସୂଚନାଯୋଗ୍ୟ ଯେ, ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରିବା ନିମନ୍ତେ ଓଡିଶାରେ ମାର୍ଚ୍ଚ ୮ ତାରିଖ ୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମିଶନ ଶକ୍ତିର ସୁଭାରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୬ଲକ୍ଷ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହାଳା ମିଶନଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ୩୦ ଲକ୍ଷ ମହିଳା ନୂତନ ସଦସ୍ୟା ଅଟନ୍ତି ।
ମମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ବିଭାଗ ଅଧୀନରେ ୨୦୧୭ ମସିହାରେ ଏକ ସ୍ୱତନ୍ତ୍ର ମିଶନଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଯାହାର ପ୍ରମୁଖ ଲକ୍ଷ୍ୟ ହେଉଛି ମହିଳାମାନଙ୍କର ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ । ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ଉନ୍ନୟନ କମିଶନର ଅସିତ ତ୍ରୀପାଠି, ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ ଅନୁ ଗର୍ଗ, ମିଶନଶକ୍ତି ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପୂର୍ବରୁ ଏହି ମିଶନଶକ୍ତି ଦ୍ୱାରା ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ଯେପରିକି,
୧- ମହିଳାମାନଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନଶକ୍ତି ଋଣ ପ୍ରଦାନ କରାଯାଇଥାଏ । ଏଥିରେ କୌଣସୁ ସୁଧ ଦେବାକୁ ପଡିନଥାଏ ।
୨- ପ୍ରତ୍ୟେକ ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ କାରାଯାଇଛି ।
୩- ୩ଲକ୍ଷ ନୂତନ ଭାଗରେ ଗଠିତ ମିଶନଶକ୍ତି ଗୋଷ୍ଠୀମାନଙ୍କୁ ସୀଡମନି ଦ୍ୱାରା ୩୦ଲକ୍ଷ ସଦସ୍ୟାଙ୍କୁ
ସହାୟତା ଯୋଗାଇଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି ।
୪- ଡିଜିଟାଲ ସଶକ୍ତିକରଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।
୫- ବ୍ଲକ ସ୍ଥରୀୟ ସଂଘମାନଙ୍କ ସଶକ୍ତିକରଣ ଭଳି ଅନେକ ସୁବିଧା ମହିଳା ଗୋଷ୍ଠିମାନଙ୍କ ପାଇଁ ଉପଲବ୍ଧ କରାଯାଇଛି ।