କନକ ବ୍ୟୁରୋ: ସ୍ୱାମୀଙ୍କ ବାଟ ଚାହିଁ ରହିଥିଲା ଭର୍ଗବତୀ ସ୍ତ୍ରୀ ।  ହେଲେ ଘରକୁ ଫେରିଲା ସ୍ୱାମୀର ଶବ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ । ଦୀର୍ଘ ୬ ମାସ ପରେ ଘରକୁ ଫେରୁଥିଲେ ସ୍ୱାମୀ । କେତେ ଆଶାରେ ଆସିବା ବାଟ ଚାହିଁଥିରେ ଘର ଲୋକ । ହେଲେ ସବୁ ଆଶା ବାଟରେ ହିଁ ମଉଳି ଗଲା । ଘରକୁ ଫେରିଲେନି ସ୍ୱାମୀ, ଫେରିଲା ତାଙ୍କ ଶବ । ଏକଥା ଶୁଣିବା ପରେ ଘରେ ହାହାକାର ଖେଳିଯିବା ସହ ଗଭୀର ମାନସିକ ଆଘାତ ପାଇ ସଂଜ୍ଞାହୀନ ହୋଇପଡିଥିଲେ ସ୍ତ୍ରୀ ।

Advertisment

ଉତ୍ତରପ୍ରଦେଶ ବାନ୍ଦାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଘରର ଜଣେ ବୋଲି ରୋଜଗାରିଆ ପୁଅ ସୁଜନ ଭାନ୍ । ବୟସ ୩୫ । ଅହମଦାବାଦରେ ରହି କାମ କରୁଥିଲେ । କାମ କରି ଯାହା କିଛି ପଇସା ଘରକୁ ପଠାଉଥିଲେ ସେଥିରେ ଘର ଚଳୁଥିଲା । ୬ ମାସ ପରେ ଗର୍ଭବତୀ ସ୍ତ୍ରୀଙ୍କ ଡେଲିଭରୀ ପାଇଁ ଘରକୁ ଫେରୁଥିଲେ ସୁଜନ୍ । ବାନ୍ଦା ସ୍ଥିତ ନିଜ ଘରକୁ ବାରାଣାସୀ- ଅହମଦାବାଦ୍ ଏକ୍ସପ୍ରେସରେ ଫେରୁଥିଲେ । ହେଲେ ବାଟରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା ଏବଂ ସେ ବେହୋସ୍ ହୋଇଯାଇଥିଲେ । ପାଖ ଯାତ୍ରୀ ଏହା ରେଲୱେ ପୁଲିସକୁ ଖବର ଦେବା ପରେ ପରବର୍ତ୍ତୀ ଷ୍ଟେସନରେ ମହୋବା ଷ୍ଟେସନରେ ତାଙ୍କୁ ଓହ୍ଲାଯାଇ ରେଲୱେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କ ପକେଟରୁ ମିଳିଥିବା ଟିକେଟରୁ ତାଙ୍କର ଘର ଠିକଣା ମିଳିଥିଲା ।

ରେଲୱେ ପୁଲିସ ଯୋଗାଯୋଗ କରି ସୁଜନଙ୍କ ପରିବାରକୁ ତାଙ୍କ ମୃତ୍ୟୁର ଖବର ଦେବା ପରେ ପରିବାରରେ କାନ୍ଦବୋବାଳି ପଡିଥିଲା । ଏହା ତାଙ୍କ ସ୍ତ୍ରୀଙ୍କ ପାଇଁ ଅସହ୍ୟ ଥିଲା । କାରଣ ପୂର୍ବରୁ ତାଙ୍କ ଜୀବନରେ ଅନେକ କଷ୍ଟ ଆସିସାରିଥିଲା । ପୂର୍ବରୁ ସୁଜନଙ୍କ ଦୁଇ ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଥିଲା ତାଙ୍କର ତୃତୀୟ ସନ୍ତାନ । ଆଉ କେଇଟା ଦିନ ପରେ ଘରକୁ ପିଲାଟିଏ ଆସିଥାନ୍ତା । ଘର ହସଖୁସିରେ ଫାଟିପଡିଥାନ୍ତା । ହେଲେ ତା ପୂର୍ବରୁ ଘରେ ଦୁଃଖର ଛାଇ ଖେଳିଗଲା । ସନ୍ତାନ ମୁହଁ ଦେଖିବା ପୂର୍ବରୁ ହିଁ ଚାଲିଗଲେ ସୁଜନ୍ । ଏବେ ତାଙ୍କ ଭର୍ଗବତୀ ପତ୍ନୀ ମାନସିକ ଆଘାତ ପାଇ ଅସୁସ୍ଥ ହୋଇପଡିଛନ୍ତି ।

ସୁଜନଙ୍କ ଘରଲୋକେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ବରଂ ତାଙ୍କୁ କିଏ ବିଷ ଦେଇଦେଇଛି ବୋଲି ଅଭିଯୋଗ କରିଛନ୍ତି । କେହି ତାଙ୍କୁ ବି ଦେଇଥିବାରୁ ତାଙ୍କର ରକ୍ତବାନ୍ତି ପରେ ମୃତ୍ୟୁ ହୋଇଛି । ତେଣୁ ଏହି ଘଟଣାର ସଠିକ ତଦନ୍ତ କରିବାକୁ ପରିବାର ଦାବୀ କରିଛନ୍ତି । ଅନ୍ୟପଯେ ରେଲୱେ ପୁଲିସ ସୁନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆଗାମୀ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।