ଜେଏନୟୁ ଛାତ୍ରଙ୍କ ବିକ୍ଷୋଭ: ଫି ବୃଦ୍ଧିକୁ ବିରୋଧ କରି ତାତିଲେ ଛାତ୍ରଛାତ୍ରୀ; ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲା ବେଳେ ପୁଲିସ ସହ ଧସ୍ତାଧସ୍ତି
କନକ ବ୍ୟୁରୋ: ଦିଲ୍ଲୀରେ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ହଷ୍ଟେଲ ଫି ବୃଦ୍ଧିକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ପରିସର ବାହାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବିଶ୍ୱବିଦ୍ୟାଳୟରେ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଗରିବ ପରିବାରରୁ ଆସିଥିବାରୁ ଫି ବୃଦ୍ଧିକୁ ହ୍ରାସ କରିବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦୀର୍ଘ ୧୫ ଦିନ ହେବ ଏହି ଦାବି କରି ଆସୁଛନ୍ତି ଛାତ୍ରଛାତ୍ରୀ । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ଛାତ୍ର ଅଶାନ୍ତି ତେଜିବାରେ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Delhi: Jawaharlal Nehru Students’ Union organises protest over different issues including fee hike, outside university campus. pic.twitter.com/KGU8epEOwD
— ANI (@ANI) November 11, 2019
ଆଉ ଆଜି ଦୀକ୍ଷାନ୍ତ ସମାରୋହ ଆୟୋଜିତ ହେଉ ଥିବାରୁ ଏହାକୁ ବିରୋଧ କରି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ଛାତ୍ରଛାତ୍ରୀମାନେ ବ୍ୟାରିକେଡ୍ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଜେଏନୟୁ ଛାତ୍ରଛାତ୍ରୀଙ୍କ କହିବା କଥା ଯେତେବେଳେ ଫି ବୃଦ୍ଧିକୁ ହ୍ରାସ କରିବା ପାଇଁ ସେମାନଙ୍କ ଦାବିକୁ ଗ୍ରହଣ କରାଯାଉନାହିଁ ସେତେବେଳେ ଦୀକ୍ଷାନ୍ତ ସମାରୋହକୁ ଅନୁମତି ଦିଆଯିବା ଉଚିତ ନୁହେଁ ।