କନକ ବ୍ୟୁରୋ : ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ଓ (ଜେ. ଆଇ. ଟି. ଏମ )ର ମିଳିତ ସହଯୋଗରେ ବିଜ୍ଞାନ, କଳା ଓ ହସ୍ତକର୍ମର ଏକ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି । ଉତ୍ସବଟିର ଶୀର୍ଷକ AVANTE- ୨୦୨୩- ରଖା ଯାଇଥିଲା । ପୂର୍ବାହ୍ନ ୧୦ଟା ସମୟରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼.ପ୍ରଦୀପ କୁମାର ଷଡ଼ଙ୍ଗୀ ଉତ୍ସବର ଉଦଘାଟନ କରିଥିଲେ । ଉତ୍ସବର ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଫର୍ମାସୀ ବିଭାଗରେ ଅଧ୍ୟାପିକା ଡ଼ ସାରୀପଲ୍ଲୀ ରାଜେଶ୍ୱରୀ ଓ ଅଧ୍ୟାପକ ବିଶ୍ୱଜିତ ଆଚାର୍ୟ୍ୟ ଯୋଗଦାନ କରିଥିଲେ । ପ୍ରଦର୍ଶନୀ ମେଳାରେ ୩୦୦ ଛାତ୍ର, ଛାତ୍ରୀ ଉଭୟ ବିଜ୍ଞାନ ଓ କଳା, ହସ୍ତକର୍ମ ବିଭାଗରେ ଅଂଶଗ୍ରହଣ କରିଥିଲେ । ୧୦୦ ରୁ ଅଧିକ ଛାତ୍ର, ଛାତ୍ରୀ ବିଜ୍ଞାନ ମେଳା ପାଇଁ ଏବଂ ୧୨୦ ଜଣ ଛାତ୍ର, ଛାତ୍ରୀ କଳା, ଓ ହସ୍ତକର୍ମ ବିଭାଗରେ ନିଜର ପ୍ରତିଭା ଓ କଳାତ୍ମକ ସୃଜନଶୀଳତାକୁ ପ୍ରଦର୍ଶିତ କରିଥିଲେ ।
ପ୍ରଦର୍ଶନୀ ମେଳାର ମୁଖ୍ୟ ଆକର୍ଷଣ ଥିଲା, ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ଅବିକଳ ପ୍ରତିକୃତି । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମାପିତ ହୋଇଥିଲା । କାର୍ଯ୍ୟକ୍ରମରେ ( ଜେ. ଆଇ. ଟି. ଏମ ) ସି. ଏଚ. ଏସ ଇ ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା,ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ, ପ୍ରଭୃତି ଉପସ୍ଥିତ ରହି ଛାତ୍ର, ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆଞ୍ଚଳିକ ନିର୍ଦେଶକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଛାତ୍ର, ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ଓ କଳା ଓ ହସ୍ତକର୍ମର ସମସ୍ତ ପ୍ରତିକୃତି ବିଚାରକ, ଅଭିଭାବକ, ଅଭିଭାବିକା ଓ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂଶିତ ହୋଇଥିଲା । ଅନୁଷ୍ଠାନର ଏଭଳି ପ୍ରୟାସ ପାଇଁ ସହରର ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/7275eeb9-760c-4d77-8eac-155455857cbc.jpg)