ଅଟୋ ମହାସଂଘର କଡା ଚେତାବନୀ । ମାତ୍ରାଧିକ ଫାଇନ୍ ଆଦାୟକୁ ବରଦାସ୍ତ କରାଯିବନି, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ।

2,408

କନକ ବ୍ୟୁରୋ : ଅଟୋ ମହାସଂଘର କଡା ଚେତାବନୀ । ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ । ଏଭଳି ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି । ଏ ବାବଦରେ ଆସନ୍ତାକାଲି ଅଟୋ ମହାସଂଘର ବୈଠକ ବସିବ ।

ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଏପରିକି ବୁଧବାର ଦିନ ଅଟୋ ଉପରେ ୮ଟି ନିୟମ ଉଲ୍ଲଂଘନ ଦର୍ଶାଇ ୪୭,୫୦୦ ଓ ଗତକାଲି ଜଣେ ଅଟୋ ଚାଳକଙ୍କ ଠାରୁ ୨୭,୫୦୦ ଟଙ୍କା ଚାଲାଣ କାଟିଥିଲେ ଆରଟିଓ ଅଧିକାରୀ । ତେଣୁ ଯଦି ଏଭଳି ଫାଇନ ଆଦାୟ ଜାରି ରୁହେ ତେବେ ଆଗାମୀ ଦିନରେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବନୀ ଦେଇଛି ।