ରାସ୍ତା ଉପରେ ସୀମା ଟପିଲେ ଅଟୋ ଡ୍ରାଇଭର । ନିସ୍ତୁକ ମାଡରେ ଲହୁଲୁହାଣ ହାଇୱା ହେଲପର ।

145

କନକ ବ୍ୟୁରୋ: ରାସ୍ତା ଉପରେ ଡ୍ରାଇଭରଙ୍କ ଦାଦାଗିରି । ଅତି ନୃଶଂସ ଭାବେ ହାଇୱା ହେଲପରକୁ ନିସ୍ତୁକ ପିଟିଲେ ଅଟୋ ଡ୍ରାଇଭର । ବିଚ୍ ରାସ୍ତାରେ ହାଇୱା ହେଲପରକୁ ଗୋଡା଼ଇ ଗୋଡ଼ାଇ ମାଡ଼ ମାରିଲା ଅଟୋ ଡ୍ରାଇଭର । ବେଲ୍ଟରେ ମଧ୍ୟ ହେଲପରକୁ ମାଡ଼ ମରାଯାଇଥିଲା । ପୁରୀ ସତ୍ୟବାଦୀ ଥାନା ସୁକଳ ଛକରେ ଦେଖିବାକୁ ମିଳିଥିଲା ଏହି ଘଟଣା । ଦୋକାନ ଆଗରେ ଅଟୋ ରଖିବାକୁ କେନ୍ଦ୍ରକରି ଦେଖାଦେଇଥିଲା ଗଣ୍ଡଗୋଳ । ଅଟୋ ଡ୍ରାଇଭର ସହ ଭଣ୍ଡାରିଦଣ୍ଡା ଗାଁର ଅମର ପରିଡାଙ୍କ ଗଣ୍ଡଗୋଳ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡ୍ରାଇଭର ଆକ୍ରମଣରେ ଲହୁଲୁହାଣ ହୋଇଯାଇଥିା ହାଇୱା ହେଲପର । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ପ୍ରଥମେ ଅଟୋ ଚାଳକକୁ ଅଟକ ରଖିଥିଲା । ହେଲେ ପରେ ଅଟୋ ଚାଳକ ଅଭିଯୋଗ ଆଧାରରେ ହାଇୱା ହେଲପରକୁ ଅଟକ ରଖି ଅଟୋ ଡ୍ରାଇଭରକୁ ଛାଡ଼ି ଦେଇଥିବା ସୂଚନା ରହିଛି ।