କଳିଙ୍ଗ କାନରେ ପୁଣି ପଡିଲା ଆପଣମାନେ ଖୁସି ତ ? ହକି ବିଶ୍ୱକପର ବର୍ଷେ ପରେ ସମାନ ନାରା ନେଇ ସ୍ମୃତି ତାଜା କଲେ…

କନକ ବ୍ୟୁରୋ: ଓଡିଶାରେ ପୁଣି ହେବ ହକି ବିଶ୍ୱକପ । ଆପଣମାନେ ଖୁସି ତ ? ମୁଁ ବି ବହୁତ ଖୁସି... ୨ୟ ହକି ବିଶ୍ୱକପ ହେବା ନେଇ କିଛି ଏମିତି ଢଙ୍ଗରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଗ୍ୟାଲେରୀରେ ବସିଥିବା ଦର୍ଶକ ।…

ଜଙ୍ଗଲ ମୋ ଜୀବନ… ପେସାରେ ପ୍ରଭୁଙ୍କ ପୂଜକ, ନିଶାରେ ପରିବେଶ ପୂଜାରୀ । ଜଙ୍ଗଲ ପାଇଁ ଦେଲେଣି ଜୀବନର ୨୫ ବର୍ଷ

କନକ ବ୍ୟୁରୋ: ପେସାରେ ପୂଜକ, ନିଶାରେ ସେବକ । ଠାକୁରଙ୍କୁ ପୂଜା କରନ୍ତି, ଜଙ୍ଗଲର ସେବା କରନ୍ତି ଆଉ ତାକୁ ସୁରକ୍ଷା ଦିଅନ୍ତି । ଦୀର୍ଘ ୨୫ ବର୍ଷ ହେବ ସେ ଜଙ୍ଗଲ ପ୍ରେମରେ ପଡିଯାଇଛନ୍ତି । କି ଖରା କି ବର୍ଷା ଜଙ୍ଗଲ ଜଗିବା ତାଙ୍କର ନିତିଦିନିଆ କାମ ହୋଇଯାଇଛି । ଖାଲି ଜଙ୍ଗଲ ଜଗିବା ନୁହେଁ…

ଦିନ ଦ୍ୱିପ୍ରହରେ ସୋରରେ ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଫାଇନାନ୍ସ କର୍ମଚାରୀ

କନକ ବ୍ୟୁରୋ: ସୋରରେ ଫୁଚିଲା ଗୁଳି । ଦିନ ଦ୍ୱିପ୍ରହରେ ଗୁଳିମାଡ କଲେ ଦୁର୍ବୃ୍ତ୍ଥ । ଦୁଇ ଜଣ ଫାଇନାନ୍ସ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟିକାବନ୍ଧ ନିକଟରେ ଗୁଳିମାଡ । ତେବେ ଭାରତ ଫାଇନାନ୍ସର ୨ କର୍ମଚାରୀ ଋଣ…

ଦୁଃଖ ବୁଝିବେ ଦୀପାଲି: ରାଜନୀତିରେ ନରହି ବି ସାଧାରଣ ଲୋକଙ୍କ ସେବା କରିବେ ନବ ଦାସଙ୍କ ଝିଅ । ସମସ୍ୟା ଶୁଣି ସମାଧାନ…

କନକ ବ୍ୟୁରୋ: ସେବା କରିବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ । ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ସାଧାରଣ ଲୋକଙ୍କ ଦୁଃଖସୁଖ ବୁଝିବେ ନବ ଦାସଙ୍କ ଝିଅ ଦୀପାଲି ଦାସ । ବାପାଙ୍କ ପ୍ରତିନିଧି ଭାବେ ସେ ଲୋକଙ୍କ ସମସ୍ୟା ବୁଝିବାକୁ ପଣ କରିଛନ୍ତି । ତେବେ ଗତ କିଛି ଦିନ ହେବ ନବ ଦାସଙ୍କ ଝିଅ ରାଜନୀତିରେ…

କମିଗଲା ଫଡନବିସଙ୍କ ‘ପାୱାର’! ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଦେବେନ୍ଦ୍ର ବି…

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ନାଟକୀୟ ମୋଡ । ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର । ଆସ୍ଥା ପରୀକ୍ଷା ପୂର୍ବରୁ ଇସ୍ତଫା ଦେଲେ ଅଜିତ ପାୱାର । ତେବେ ଆସନ୍ତାକାଲି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ଧାର୍ଯ୍ୟ କରିବା ପରେ ଆଜି…

ବିଜେପିକୁ ମହାରଥୀଙ୍କ ମହାଚ୍ୟାଲେଞ୍ଜ: କହିଲେ, ସରକାରୀ ଜମି ହଡପର ସତ ଦେଖାଇଲେ ରାଜନୀତିରୁ ନେବି ସନ୍ୟାସ । ଶହେ କୋଟି…

କନକ ବ୍ୟୁରୋ: ମହାରଥୀଙ୍କ ନାଁରେ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିବା ପ୍ରସଙ୍ଗ । ବିଜେପିକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଲେ ପ୍ରଦୀପ ମହାରଥୀ । ସରକାରୀ ଜମି ହଡପ ନେଇ ବିଜେପି ସାଂଘାତିକ ଅଭିଯୋଗ କରିବା ପରେ ଚ୍ୟାଲେଞ୍ଜ ଦେଇଛନ୍ତି ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ।…