ନିଆରା ଢ଼ଙ୍ଗରେ ପରିଜନଙ୍କୁ ବାପା-ମାଆ ହେବାର ଖୁସି ଜଣାଇବାକୁ ଚାହୁଁଥିଲେ ଦମ୍ପତି, କିନ୍ତୁ ଖୁସିରେ ଲାଗିଲା ନିଆଁ 

କାରରୁ ଗୋଲାପି କିମ୍ବା ନୀଳ ରଙ୍ଗର ଧୁଆଁ ବାହାର କରି ସେମାନେ ପିଲା ବିଷୟରେ କହିବାକୁ ଚାହୁଁଥିଲେ ।

476

ଅଷ୍ଟ୍ରେଲିୟାରେ ଏକ ଦମ୍ପତି ପୁଅ ନା ଝିଅ ହେବ, ତାହା ଜଣାଇବା ପାଇଁ ଏକ ଉପାୟ ଖୋଜିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦମ୍ପତିଙ୍କ ଉପରେ ମହଙ୍ଗା ପଡିଲା ଏହି ଉପାୟ । ଦମ୍ପତି  ତାଙ୍କ ପରିବାର ଲୋକ ଓ ବନ୍ଧୁମାନଙ୍କୁ ପୁଅ ନା ଝିଅ ହେବାର ସୂଚନା ଦେବା ପାଇଁ ଭୟଙ୍କର ଉପାୟ ଖୋଜିଲେ । ଉଭୟ ନିଷ୍ପତ୍ତି ନେଲେ କି, କାରରୁ ଗୋଲାପି କିମ୍ବା ନୀଳ ରଙ୍ଗର ଧୁଆଁ ବାହାର କରି ସେମାନେ ପିଲା ବିଷୟରେ କହିବାକୁ ଚାହୁଁଥିଲେ । କିନ୍ତୁ ଏହି ଉପାୟ ଦୁହିଁଙ୍କ ଉପରେ ଭାରି ପଡିଲା । ଗାଡିରୁ ଧୁଆଁ ତ ବାହାରିଲା କିନ୍ତୁ ପରେ ନିଆଁ ଲାଗିଗଲା । ଏଥିରେ କାହାର କୌଣସି କ୍ଷତି ହୋଇନି ।

ଏହା ସାଉଥ ଅଷ୍ଟ୍ରେଲିୟାର ମୈନନିଙ୍ଗୀର । ଦମ୍ପତିଙ୍କ ଉପାୟ ଅନୁସାରେ, ଯଦି ଗାଡିରୁ ନୀଳ ରଙ୍ଗର ଧୁଆଁ ବାହାରେ ତା’ହେଲେ ପୁଅ ଓ ଗୋଲାପି ରଙ୍ଗର ବାହାରେ ତେବେ ଝିଅ ହେବାର ସୂଚନା ଦେବ । ଦମ୍ପତି ଏହି ସୂଚନା ଦେବା ପାଇଁ  ପରିଜନ ଓ ବନ୍ଧୁ ମାନଙ୍କୁ ଆଖପାଖରେ ଏକାଠି କ ଲେ । ସମସ୍ତ ଲୋକ ଉଭୟଙ୍କ ଫଇସଲାରୁ ଉତ୍ସାହିତ ହେଉଥିଲେ । ଏହାର ଭିଡିଓ ଇଣ୍ଟରନେଟରେ ହେଉଛି ଭାଇରାଲ ।