ଫିଞ୍ଚ, ସ୍ମିଥଙ୍କ ଜବରଦସ୍ତ ଶତକ । ଭାରତ ଆଗରେ ୩୭୫ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଅଷ୍ଟ୍ରେଲିଆ ।

366

କନକ ବ୍ୟୁରୋ : ସିଡନୀରେ ଅଷ୍ଟ୍ରେଲିଆର ଦମଦାର ବ୍ୟାଟିଂ । ଭାରତ ଆଗରେ ୩୭୫ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା କଙ୍ଗାରୁ ଦଳ । ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମରୁ ହିଁ ରୋମାଞ୍ଚକର ବ୍ୟାଟିଂ ଜାରି ରଖିଥିଲା ଦଳ । ଦୁଇ ଓପନର ଆରୋନ ଫିଞ୍ଚ ଏବଂ ଡେଭିଡ୍ ୱାର୍ନର ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୧୧୪ ରନ୍, ଷ୍ଟିଭେନ୍ ସ୍ମିଥ୍ ୧୦୫, ଡେଭିଡ୍ ୱାର୍ନର ୬୯, ଗ୍ଲେନ୍ ମ୍ୟାକ୍ସୱେଲ ୪୫ ରନ୍ କରିଛନ୍ତି । ଫିଞ୍ଚ ଏବଂ ସ୍ମିଥଙ୍କ ଦମଦାର ଶତକ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓି୍ୱକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଛି ।

ସେହିପରି ଭାରତ ପକ୍ଷରୁ ମହମ୍ମଦ ଶାମି ଦମଦାର ବୋଲିଂ କରି ୩ଟି ୱିକେଟ୍ ନେଇଥିବା ବେଳେ, ଜସପ୍ରିତ ବୁମରା, ନଭଦୀପ ସଇନି, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।

Comments are closed.