ବ୍ରିସବେନ୍ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍; ନଟରାଜନ, ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କୁ ୩ଟି ଲେଖାଏଁ ୱିକେଟ

75

କନକ ବ୍ୟୁରୋ : ଆଜି ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଦିନ ଗତକାଲି ସ୍କୋର ୫ ୱିକେଟରେ ୨୭୪ ରନରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଛି । ଆଜି ଦଳ ୩୦୦ ରନ୍ ପାର କରିବା ପରେ ପରେ ତାସ୍ ପତା ପରି ଖସିଥିଲା ଘରୋଇ ଦଳର ଉଇକେଟ୍ । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ୍ ଟିମ୍ ପାଇନେ ପ୍ୟାଭିଲିୟନ୍ ଫେରିବା ପରେ ପରେ କ୍ରମାଗତ ୪ ଟି ୱିକେଟ୍ ପତନ ହୋଇଛି ।

ବ୍ରିସବେନ୍ ଟେଷ୍ଟରେ ଡେବ୍ୟୁ ମ୍ୟାଚରେ ଟି ନଟରାଜନଙ୍କୁ ମିଳିଛି ୩ଟି ୱିକେଟ୍ । ସେହିପରି ଶାର୍ଧୁଳ ଠାକୁର ଏବଂ ୱାଶିଂଟନ୍ ସୁନ୍ଦର ୩ଟି ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି । ପଦାର୍ପଣ ଟେଷ୍ଟରେ ସ୍ମିଥଙ୍କୁ ଆଉଟ କରି ୱାଶିଂଟନ ସୁନ୍ଦର ତାଙ୍କର ପ୍ରଥମ ଟେଷ୍ଟ ୱିକେଟ୍ ହାସଲ କରିଛନ୍ତି । ସେହିପରି ଯୁବ ପେସ୍ ବୋଲର ଟି ନଟରାଜନ ମାଥ୍ୟୁ ୱାଦେଙ୍କୁ ଆଉଟ କରି ପ୍ରଥମ ଟେଷ୍ଟ ୱିକେଟ୍ ପାଇଛନ୍ତି ।