କନକ ବ୍ୟୁରୋ : ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କଲା ଇଂଲଣ୍ଡ । ଇଂଲଣ୍ଡ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦ ଓଭରରେ ୨୦୯ ରନ୍ ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୦୦ ରନ କରିପାରିଥିଲା । ଇଂଲଣ୍ଡର ଏଲେକ୍ସ ହେଲ୍ସ ୮୪ ରନ୍ ଏବଂ ଜୋସ୍ ବଟଲର ୬୮ ରନ କରି ଦଳକୁ ୨୦୯ ରନ କରିବାରେ ସହଯୋଗ କରିଥିଲେ । ସେହିପରି ଇଂଲଣ୍ଡର ମାର୍କ ଉଡ ୩୪ ରନ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

Advertisment

ଅଷ୍ଟ୍ରେଲିଆ ଟାର୍ଗେଟ ପିଛା କରି ଲଗାତର ୧୩ଟି ମ୍ୟାଚ ଜିତିବା ପରେ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏହା ପ୍ରଥମ ପରାଜୟ । ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆର ଶେଷ ପରାଜୟ ୨୦୨୧ ରେ ବାଂଲାଦେଶ ବିପକ୍ଷରେ ହୋଇଥିଲା । ଏହାପରଠାରୁ ଦଳ କ୍ରମାଗତ ୧୩ ଟି ମ୍ୟାଚ୍ ଜିତିଥିଲା । ଏବେ ଇଂଲଣ୍ଡ ହରାଇବା ପରେ ଏହି ବିଜୟ ଧାରାରେ ବ୍ରେକ ଲାଗିିଛି । ସେହିପରି ଘରୋଇ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ମାଟିରେ ୧୧ ବର୍ଷ ପରେ ଇଂଲଣ୍ଡର ଏହା ପ୍ରଥମ ବିଜୟ । ଇଂଲଣ୍ଡ ଦଳ ଏହା ପୂର୍ବରୁ ୨୦୧୧ରେ ଆଡିଲେଡରେ ଶେଷ ଟି -୨୦ ଅନ୍ତର୍ଜାତୀୟ ଜିତିଥିଲା ।