ଧୋକା ଦେଲା ସମ୍ପର୍କୀୟ । ଘରକୁ ଆସିଲା, ପାଣି ପିଇବାକୁ ମାଗି ଲୁଟିନେବାକୁ କରିଥିଲା ଉଦ୍ୟମ, ଧରା ପକାଇଦେଲା କୁନି ପିଲା

171

କନକ ବ୍ୟୁରୋ : ଧୋକ୍କା ଦେଲା ସମ୍ପର୍କୀୟ । ମହିଳାଙ୍କ ସ୍ୱାମୀ ନଥିବା ଜାଣି ଘରେ ପଶି ଲୁଟ୍ କରିବାକୁ ଉଦ୍ୟମ । ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ । ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଚଷାଖଣ୍ଡ ଅନନ୍ତପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଯାହା ସମସ୍ତଙ୍କୁ ହତବାକ କରିଛି ।
ପଲ୍ଲବୀ ଜେନା ନାମକ ମହିଳା ଛୋଟ ପିଲା ସହ ଘରେ ଥିଲେ । ତାଙ୍କ ସ୍ୱାମୀ ଡ୍ୟୁଟି ପାଇଁ ଅଫିସରେ ଥିଲେ । ଏହି ସମୟରେ ପଲ୍ଲବୀ ଜେନାଙ୍କ ସ୍ୱାମୀଙ୍କ ସମ୍ପର୍କୀୟ ଲିପନ ଜେନା ଘରକୁ ଆସି ପାଣି ମାଗିଥିଲେ । ଏହାପରେ ଘରେ ଥିବା ସୁନା ଗହଣା ଦେବାକୁ ଦାବି ପଲ୍ଲବୀଙ୍କୁ କହିଥିଲେ । ପଲ୍ଲବୀ ପ୍ରତିବାଦ କରିବାରୁ ଲିପନ ମହିଳାଙ୍କ ପାଟିରେ ହାତ ପୁରାଇ ଦେଇଥିଲା । ତେତେ ପାଖରେ ଥିବା ଛୋଟ ପିଲାଟି କୌଶଳ କ୍ରମେ ଖସି ପଳାଇ ଥିଲା । ଆଉ ପଡିଶା ଘର ଲୋକଙ୍କୁ ଜଣାଇଥିଲା । ପରେ ପଡିଶା ଘର ଲୋକେ ଆସି ଲିପନ ଜେନାକୁ ଅଟକ ରଖିଥିଲେ । ପରେ ସଦର ଥାନା ପୋଲିସ ଆସି ଅଟକ ଯୁବକକୁ ଗିରଫ କରିଛି ।
ଅନ୍ୟପଟେ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଆକ୍ରମଣର ଶିକାର ମହିଳା ପଲ୍ଲବୀ । ତାଙ୍କ ଗଳାରେ ଜୋର ଆଘାତ ଲାଗିଥିବାରୁ ସେ ରକ୍ତାକ୍ତ ହୋଇଯାଇଥିଲେ । ଏବେ ସେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି । ଗଳାରେ ଆଘାତ ଜୋର ଲାଗିଥିବାରୁ ମହିଳା ଜଣଙ୍କ କଥା ହୋଇପାରୁନଥିବା ସୂଚନା ରହିଛି ।