ପୁଲିସ ଚାକିରି ପାଇଁ ରାଜଭବନ ଆଗରେ ଛାତ୍ରଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ପୁଲିସ ଚାକିରି ପାଇଁ ରାଜଭବନ ଆଗରେ ଛାତ୍ରଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଭବନ ଆଗରେ ଛାତ୍ରଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ପୁଲିସ ଚାକିରି ପାଇ ଦୌଡି ଦୌଡି ନିରାଶ ହୋଇ ଶେଷରେ ୧୫ ଜଣ ଛାତ୍ରଛାତ୍ରୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ଏହା ପୂର୍ବରୁ ଆତ୍ମାହୁତି ନେଇ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ୨୦୦୬ ମସିହାରେ ରାଜ୍ୟ ସରକାର ୪୮ ଶହ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ,ସେଥିରେ ୭୭୩ଟି ପଦ ସଂରକ୍ଷିତ ବର୍ଗର ପିଲାଙ୍କୁ ମଧ୍ୟ ନିଆଯାଇଥିଲା । ରାଜ୍ୟ ସରକାରଙ୍କ ତ୍ରୁଟି ତଥା ସଂରକ୍ଷଣ ହାର କମ ବେଶି କରାଯାଇଥିବା ଯୋଗୁ ସଂରକ୍ଷିତ ବର୍ଗ ପିଲାଙ୍କୁ ଚାକିରି ମିଳିଥିବା ବେଳେ ସାଧାରଣ ବର୍ଗର ପିଲାମାନେ ଏଥିରେ ବାଦ ପଡିଥିଲେ। ଦୀର୍ଘ ୧୦ ବର୍ଷ ସଂଗ୍ରାମ ପରେ ପୁଲିସ ଚାକିରି ପାଇଁ ଦୌଡି ଦୌଡି ନିରାଶ ହୋଇ ୧୫ ଜଣ ଛାତ୍ରଛାତ୍ରୀ ଆଜି ରାଜଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe