ପରକୀୟାପ୍ରୀତି ସନ୍ଦେହରୁ ପତ୍ନୀକୁ ହତ୍ୟା ଉଦ୍ୟମ । ଭୁବନେଶ୍ୱରରେ ସ୍ତ୍ରୀକୁ ସ୍ୱାମୀ ହାଣିବା ଘଟଣାରେ ନୂଆ ମୋଡ

3,072

କନକ ବ୍ୟୁରୋ : ରାଜଧାନୀରେ ପତ୍ନୀଙ୍କୁ ଅଫିସରେ ପଶି ଛୁରି ଭୁସି ହତ୍ୟା ଉଦ୍ୟମ ଘଟଣା ହଇଚଇ ଖେଳାଇ ଦେଇଛି । ବରମୁଣ୍ଡା ସ୍ଥିତ କୃତିବାସ ଆପାର୍ଟମେଂଟର ବିଲ୍ଡର ସଂସ୍ଥାର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଘଟଣ । ସ୍ୱାମୀ ସପନ କୁମାର ଆକ୍ରମଣରେ ଗୁରୁତର ଆହତ ମଧୁସ୍ମିତା ଦାସ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରକୀୟା ପ୍ରତି ସନ୍ଦେହରେ ସ୍ତ୍ରୀ ମଧୁସ୍ମିତାଙ୍କୁ ସ୍ୱାମୀ ସପନ କୁମାର ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ମଧୁସ୍ମିତାଙ୍କ ମାଆ କହିଛନ୍ତି, ପାରିବାରିକ କଳହ ପରେ ୪ ବର୍ଷ ହେଲା ସ୍ୱାମୀ –ସ୍ତ୍ରୀ ଅଲଗା ରହୁଥିଲେ । ସପନ କୁମାର ସବୁ ବେଳେ ନିର୍ଯାତନା ଦେବା ସହ ଧମକ ଚମକ ଦେଇ ଆସୁଥିଲା ବୋଲି ମଧୁସ୍ମିତାଙ୍କ ମାଆ କହିଛନ୍ତି ।