ପୁଣି ହସ୍ପିଟାଲରେ ଉତ୍ତେଜନା! ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ ଅଭିଯୋଗ, ସୁରକ୍ଷା ଯୋଗାଇବା ଦାବିରେ ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ।

200

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଉତେଜନା । ଜଣେ କାର୍ଯ୍ୟରତ ନର୍ସଙ୍କୁ ରୋଗୀ ସମ୍ପର୍କୀୟଙ୍କ ଆକ୍ରମଣ କରିବା ଅଭିଯୋଗରେ ଦେଖା ଦେଇଛି ଉତେଜନା । ନର୍ସମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ପ୍ରତିମା ନାମକ ଜଣେ ନର୍ସ ଡ୍ୟୁଟି କରୁଥିବାବେଳେ ତାଙ୍କୁ ଜଣେ ରୋଗୀଙ୍କ ଆଟେଣ୍ଡାଂଟ ମାଡ ମାରିଥିଲେ । ଆକ୍ରମଣର ଶିକାର ହୋଇଥିବା ନର୍ସ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ନର୍ସଙ୍କୁ କାହିଁକି ଆକ୍ରମଣ ହେଲା ? କାହିଁକି ରୋଗୀଙ୍କ ସମ୍ପର୍କୀୟ ଉତ୍କ୍ଷୀପ୍ତ ହୋଇଗଲେ? ଜଣେ ସେବା ଯୋଗାଇଦେଉଥିବା ନର୍ସକୁ ମେଡିକାଲ ଭିତରେ ଆକ୍ରଣ କାହିଁକି କରାଗଲା ସେନେଇ ପ୍ରଶ୍ନ ଉଠୁଥିବା ବେଳେ ହସ୍ପିଟାଲ ଅନ୍ୟ ନର୍ସମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରିକି ଯେ ପର୍ଯ୍ୟନ୍ତ ଉକ୍ତ ମାଡ଼ମାରିଥିବା ସମ୍ପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହସ୍ପିଟାଲର ନର୍ସମାନେ ଚେତାବନୀ ଦେଇଛନ୍ତି ।