ସମ୍ବୁଲପୁର ମଣ୍ଡଳ କାରାଗାରର ଜେଲରଙ୍କୁ ଆକ୍ରମଣ । ନିଶାସକ୍ତ ୱାର୍ଡରଙ୍କ ଆକ୍ରମଣରେ ଜେଲରଙ୍କ ସହ ଦୁଇ କର୍ମଚାରୀ ଆହତ ।

132

କନକ ବ୍ୟୁରୋ: ସମ୍ବଲପୁର ମଣ୍ଡଳ କାରାଗର ଜେଲରଙ୍କୁ ଆକ୍ରମଣ । ନିଶାସକ୍ତ ୱାର୍ଡର ଅଶୋକ ଥାଟିଙ୍କ ଆକ୍ରମଣରେ ଜେଲର ଓ ଜେଲର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଧନୁପାଲି ଥାନାରେ ଜେଲର ଅଭିଯୋଗ କରିବା ପରେ ଅଶୋକଙ୍କ ବିରୋଧରେ ମାମଲାର ରୁଜୁ କରିଛି ପୋଲିସ ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ମଦ ପିଇ ଜେଲ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ ୱାର୍ଡର । ଏହି ସମୟରେ ନିଶାସକ୍ତ ୱାର୍ଡରଙ୍କୁ ବୁଝାସୁଝା କରିଥିଲେ ଜେଲର । ହେଲେ, ସେ ବୁଝିବା ଅବସ୍ଥାରେ ନଥିଲେ । ଜେଲରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏପରିକି ଅଶୋକଙ୍କ ଆକ୍ରମଣରେ ଅନ୍ୟ ଦୁଇ କର୍ମଚାରୀଙ୍କ ମୁହଁ ଫାଟି ଯାଇଥିବା ଜଣାପଡିଛି ।