ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପ୍ରବାସୀଙ୍କ କଥା ନଶୁଣିବାରୁ ଶିକ୍ଷକଙ୍କୁ ମାଡ ମାରିଲେ ସଂପର୍କୀୟ । ବାଲେଶ୍ୱର ଖଇରା ତୋଟାପଡା କ୍ୱାରେଣ୍ଟିନ କେନ୍ଦ୍ରରୁ ଆସିଲା ଅଭିଯୋଗ ।

909

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପ୍ରବାସୀଙ୍କ କଥା ନଶୁଣିବାରୁ ଶିକ୍ଷକଙ୍କୁ ମାଡ ମାରିଲେ ସଂପର୍କୀୟ । ବାଲେଶ୍ୱର ଖଇରା ତୋଟାପଡା କ୍ୱାରେନଟିନ୍ ସେଂଟରରୁ ଆସିଛି ଏମିତି ଅଭିଯୋଗ । ପ୍ରବାସୀ ଓଡ଼ିଆଙ୍କ ବାଇକକୁ ତାଙ୍କ ସମ୍ପର୍କୀୟଙ୍କୁ ନଦେବାରୁ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ୨ ଦିନ ତଳେ ବାହାର ରାଜ୍ୟରୁ ଜଣେ ପ୍ରବାସୀ ବସ୍ ଯୋଗେ ଗାଁକୁ ଫେରିଥିଲେ ପରେ ବାଇକରେ ସଂଗରୋଧ କେନ୍ଦ୍ରକୁ ଆସିଥିଲେ । ତାଙ୍କ ସମ୍ପର୍କୀୟ ଲୋକ ସଂଗରୋଧ କେନ୍ଦ୍ରକୁ ବାଇକ୍ ନେବା ପାଇଁ ଆସିଥିଲେ । ସଂଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଧରଣୀଧର ପରିଡ଼ା ବାଇକ୍ ଦବାକୁ ମନା କରିବା ସହ ସାନିଟାଇଜ ହେଲେ ବାଇକ୍ ନେବ ବୋଲି କହିଥିଲେ । କଥା ନେଇ ଯୁକ୍ତିତର୍କ ଲାଗିଥିଲା । ଶିକ୍ଷକ ଜଣଙ୍କ କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ, ବାଟରେ ଅଟକାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।