ଏଟିଏମରୁ ବାହାରିଲା ୫ ଗୁଣା ଟଙ୍କା: ୫୦୦ ଟଙ୍କା ଉଠାଇଲେ ବାହାରୁଛି ୨୫୦୦ ଟଙ୍କା

591

କନକ ବ୍ୟୁରୋ: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଏଟିଏମରୁ ୫ ଗୁଣା ଟଙ୍କା ବାହାରୁଛି । ଅର୍ଥାତ ୫୦୦ ଟଙ୍କା ଉଠାଇଲେ ୫ଟା ୫୦୦ ଟଙ୍କା ବା ୨୫ ଶହ ଟଙ୍କା ବାହାରୁଛି । ଏହି ଖବର ଚାରିଆଡେ ବ୍ୟାପିବା ପରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଲୋକମାନଙ୍କ ଭିଡ ଲାଗିଛି । ଟେକ୍ନିକାଲ ଖରାପ ଯୋଗୁଁ ଏଭଳି ହୋଇଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ନାଗପୁର ସହରଠାରୁ ୩୦ କିଲୋମିଟର ଦୂର ଖାପଖେଡା ଅଞ୍ଚଳରେ ଏକ ଘରୋଇ ବ୍ୟାଙ୍କର ଏଟିଏମରେ ଏମିତି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ଭିଡ ଜମିଥିଲା । ଜଣେ ଗ୍ରାହକ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ ବନ୍ଦ କରିବା ସହ ବ୍ୟାଙ୍କ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ଟେକ୍ନିକାଲ ଖରାପ ଯୋଗୁଁ ଏଟିଏମରୁ ଅତିରିକ୍ତ ଟଙ୍କା ବାହାରୁଥିଲା । ୫୦୦ ଟଙ୍କିଆ ନୋଟକୁ ୧୦୦ ଟଙ୍କିଆ ନୋଟର ଟ୍ରେରେ ରଖିଦିଆଯାଇଥିଲା । ଫଳରେ ୫୦୦ ଟଙ୍କା ମାରିଲେ ୫ଟି ୫୦୦ ଟଙ୍କିଆ ବାହାରୁଥିଲା ।