ଏଣିକି ଅସହାୟ ବୃଦ୍ଧ ଲୋକମାନଙ୍କୁ ପେନସନ ପାଇଁ ଯିବାକୁ ପଡିବନି ବ୍ୟାଙ୍କ ! ଘରେ ଆଣି ଟଙ୍କା ପହଞ୍ଚାଇବେ ଏଟିଏମ ଦିଦି ।

32

ଗ୍ରାମୀଣ କ୍ଷେତ୍ରରେ ରୋଗିଣା ଏବଂ ଅସହାୟ ବୃଦ୍ଧ ଲୋକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମସ୍ୟାକୁ ଦୁର କରିବା ପାଇଁ ଏଟିଏମ ଦିଦି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବିଧବା, ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସହାୟ ଲୋକମାନଙ୍କ ପାଇଁ ସରକାର ପେନସନର ବ୍ୟବସ୍ତା କରିଛନ୍ତି । କିନ୍ତୁ ଦେଶରେ ଅଧିକାଂଶ ଲୋକ ଏହାର ଲାଭ ଉଠାଇପାରୁ ନାହାଁନ୍ତି । ଏବଂ ଯେଉଁମାନଙ୍କୁ ଏହି ସୁବିଧା ମିଳୁଛି ସେମାନେ ଅଧିକାଂଶ ସମୟ ରୋଗରେ ପିଡିତ ରହୁଥିବାରୁ ବ୍ୟାଙ୍କ ଯାଇ ଟଙ୍କା ଉଠାଇବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁ ନାହିଁ । ତେଣୁ ଏହି ଭଳି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏଟିଏମ ଦିଦି ଘର ଘର ବୁଲି ସହାୟତା ଯୋଗାଇ ଦେଉଛନ୍ତି ।

ସ୍ୱୟଂ ସହାୟତା ଜରିଆରେ ଏଟିଏମ ଦିଦିଙ୍କୁ ମାଇକ୍ରୋ ଏଟିଏମ ଦିଆଯାଇ ଅସହାୟ ଲୋକମାନଙ୍କୁ ପେନସନ ଯୋଗାଇ ଦିଆଯାଉଛି । ଏହା ବ୍ୟତିତ ବ୍ୟାଙ୍କ ସମ୍ବନ୍ଧିୟ ଅନ୍ୟାନ୍ୟ ସୁବିଧା ମଧ୍ୟ ଏଟିଏମ ଦିଦି ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । ପାକୁଡ ଜିଲ୍ଲାରେ ୨୦୧୮ ଫେବୃଆରି ମାସରୁ ଏହି ସୁବିଧା ଆରମ୍ଭ କରାଯାଇଛି । ଏବେ ୮ଟି ପଞ୍ଚାୟତର ଲୋକ ଏହି ସୁବିଧା ପାଇପାରୁଛନ୍ତି ।

ସୂଚନା ମୁତାବକ, ଝାଡଖଣ୍ଡ ଷ୍ଟେଟ ଲାଇବଲିହୁଡ ପ୍ରମୋଶନ ସୋସାଇଟ ସହାୟତାରେ ଏଟିଏମ ଦିଦି ମାନଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିିଆଯାଇଥାଏ । ପରେ ସେମାନଙ୍କୁ ଏକ ମାଇକ୍ରୋ ଏଟିଏମ ମେସିନ ଦିଆଯାଏ । ଯାହା ସାହାଯ୍ୟରେ ଦିଦି ମାନେ ଅସହାୟ ଲୋକମାନଙ୍କ ପାଖରେ ବ୍ୟାଙ୍କର ସମସ୍ତ ସୁବିଧା ପହଞ୍ଚାଇ ପାରୁଛନ୍ତି ।