ଏଟିଏମକୁ ୧୦୦ ଟଙ୍କା ପାଇଁ କ୍ଲିକ କଲେ ବାହାରିଲା ଆଠ ଲକ୍ଷରୁ ଅଧିକ ଟଙ୍କା । ଜାଣନ୍ତୁ କଣ ଥିଲା ଏହା ପଛର ରହସ୍ୟ ।

53

ଏଟିଏମରୁ ଆମେ ଯେତିକି ଟଙ୍କା ବାହାର କରିବାକୁ ଚାହିଁବା ସେତିକି ଟଙ୍କା ହିଁ ବାହାରିଥାଏ । ବିହାରର ଜହାନାବାଦସ୍ଥିତ ପ୍ରଚୀନ ଦେବୀ ମନ୍ଦିର ପାଖରେ ଥିବା ଇଣ୍ଡିୟାନ୍ ବ୍ୟାଙ୍କର ଏଟିଏମରେ ଗତ ଶୁକ୍ରବାର ଜଣେ ଗ୍ରାହକ ୧୦୦ଟଙ୍କା ବହାର କରିବା ପାଇଁ ବଟନ୍ ଦବାଇଥିଲେ କିନ୍ତୁ ୧୦୦ଟଙ୍କା ବଦଳରେ ବାହାରିଥିଲା ଦୁଇହଜାର ଟଙ୍କିଆ ନୋଟ। ପ୍ରଥମେପ୍ରଥମେ ଏହି ଘଟଣା କାହାକୁ ବିଶ୍ୱାସ ହୋଇ ନଥିଲା । ଏହାପରେ ଅନେକଲୋକେ ଏଟିଏମ୍ ନିକଟରେ ପହଞ୍ଚି ଟଙ୍କା ବହାର କରିବାରେ ଲାଗିଥିଲେ। ଏହି ଘଟଣା ରାତି ୯ଟା ପର୍ୟ୍ୟନ୍ତ ଚାଲିଥିଲା । ଏଟିଏମରୁ ଦୁଇହଜାର ଟଙ୍କାର ୪୩୬ଟି ନୋଟ ବହାରିବା ପରେ ଯାଇ ଏହା ଥମି ଥିଲା । କୁହାଯାଉଛି କି ଇଞ୍ଜିନିୟର ଭୁଲବଶତଃ ହେତୁ ୧୦୦ଟଙ୍କା ରଖିବା ପ୍ଲେଟରେ ୨,୦୦୦ଟଙ୍କା ରଖି ଦେଇଥିଲେ ।

ଏହି ଘଟଣାକୁ ନେଇ ଇଣ୍ଡିଆନ୍ ବ୍ୟାଙ୍କର ଶାଖା ପ୍ରବନ୍ଧକ ଅଭିଶେକ କୁମାର କହିଛନ୍ତି, ସର୍ଭିସିଂ ସମୟରେ ଇଞ୍ଜିନିୟରଙ୍କ ଦ୍ୱାରା କିଛି ତ୍ରୁଟି ହୋଇଯାଇଥିଲା । ଏଟିଏମରେ ରଖିବା ପାଇଁ ତିନିଟି କ୍ୟାସେଟ ରହିଥାଏ । ସବୁଠାରୁ ଉପରେ ଦୁଇହଜାର ନୋଟ ରଖାଯାଇଥାଏ । ଏହାପରେ ୫୦୦ ଓ ୧୦୦ଟଙ୍କା ନୋଟ । ତେବେ ଭୁଲବଶତଃ ଇଞ୍ଜିନିୟର ସବୁଠାରୁ ତଳ କ୍ୟାସେଟରେ ୨,୦୦୦ଟଙ୍କା ରଖି ଦେଇଥିଲେ । ଏମିତିରେ ଯେତେବେଳେ କୌଣସି ବ୍ୟକ୍ତି୧୦୦ଟଙ୍କା ବାହାର କରୁଥିଲେ ୨,୦୦୦ ଟଙ୍କା ବାହାରି ଯାଉଥିଲା । ଏଭଳି ତ୍ରୁଟି ହେତୁ ଯେଉଁଲୋକମାନେ ଏହି ଟଙ୍କା ନେଇଛନ୍ତି ସମସ୍ତଙ୍କଠାରୁ ଟଙ୍କା ହାସଲ କରଯିବ। ଏହି ଟଙ୍କାର ମୂଲ୍ୟ ପାଖାପାଖି ୮,୭୨,୦୦୦ଟଙ୍କା ରହିଛି ।