କନକ ବ୍ୟୁରୋ : ଅତିକର ହତ୍ୟାକୁ ନେଇ ସୁପ୍ରିମକୋଟରେ ମାମଲା । ଏପ୍ରିଲ ୨୪ ତାରିଖରେ ଶୁଣାଣି ହେବ । ଏପ୍ରିଲ ୧୫ ତାରିଖରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ତା’ ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ଦାବି କରି ‌କୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଛି ।

Advertisment

ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏକ ନିରପେକ୍ଷ କମିଟି ଏହି ହତ୍ୟା ମାମଲାର ତଦନ୍ତ କରିବା ପାଇଁ ଓକିଲ ବିଶାଲ ତିୱାରୀ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନ ଉପରେ କୋର୍ଟ ଆସନ୍ତା ଏପ୍ରିଲ ୨୪ ତାରିଖରେ ଶୁଣାଣି କରିବେ ବୋଲି କହିଛନ୍ତି ।

ସେପଟେ, ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମଦର ଓକିଲଙ୍କ ଘର ବାହାରେ ଆଜି ବୋମା ମାଡ଼ ହୋଇଛି । ଉତ୍ତରପ୍ରଦେଶ ପ୍ରୟାଗରାଜର କାଟରା ଅଞ୍ଚଳ ସ୍ଥିତ ଅତିକର ଓକିଲ ଘର ବାହାରେ ଆଜି ବୋମା ନିକ୍ଷେପ ହୋଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଭୟ ଖେଳାଇବାପାଇଁ ଏହି ବୋମା ନି‌କ୍ଷେପ କରାଯାଇଥିଲା । କିନ୍ତୁ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତେବେ ପୁଲିସ କହିଛି ଏହା କୌଣସି ଟାର୍ଗେଟ୍‌ ଆକ୍ରମଣ ନୁହେଁ ।