କନକ ବ୍ୟୁରୋ : ମାଫିଆ ଅତିକ ଅହମ୍ମଦ ଓ ତା ଭାଇ ଅଶରଫ ଅହମ୍ମଦର ପୋଲିସ ହେପାଜତରେ ହତ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଜଣାଶୁଣା ଓକିଲ ବିଶାଲ ତିୱାରୀ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରିଛନ୍ତି । ୨୦୧୭ରୁ ଉତ୍ତରପ୍ରଦେଶରେ ହୋଇଥିବା ସମସ୍ତ ଏନକାଉଣ୍ଟରର ତଦନ୍ତ ଏକ ବିଶେଷଜ୍ଞ କମିଟି ଦ୍ୱାରା କରାଯାଉ ବୋଲି ଏଥିରେ ଦାବି କରାଯାଇଛି ।

Advertisment

ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ଆଲ୍ଲାହାବାଦ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଅରବିନ୍ଦ ତ୍ରିପାଠୀ ଦ୍ୱିତୀୟଙ୍କ ତତ୍ୱାବଧାନରେ ବିଚାର ବିଭାଗୀୟ କମିଶନ ଗଠନ କରିଛି । ଏହି କମିଶନ ଦୁଇ ମାସ ଭିତରେ ପୂରା ଘଟଣାର ତଦନ୍ତ କରି ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବ । ରାଜ୍ୟର ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ସୁରେଶ କୁମାର ସିଂ ଓ ଅବସରପ୍ରାପ୍ତ ବିଚାରପତି ବ୍ରଜେଶ କୁମାର ସୋନି ଏହି କମିଶନର ସଦସ୍ୟ ରହିବେ ।