କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ହତ୍ୟା ପରେ ତାଙ୍କ ପରିବାରକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । କେବଳ ଅତିକ ନୁହେଁ ତାଙ୍କ ପରିବାରର ସମସ୍ତଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ଗତ ୬ ବର୍ଷରେ ଉତ୍ତରପ୍ରଦେଶ ପୁଲିସ ଅତିକ, ତାଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ସ୍ପେଶାଲ ଟାକ୍ସ ଫୋର୍ସ ଏପ୍ରିଲ ୧୩ ତାରିଖ ଦ୍ୱିପ୍ରହରରେ ଝାନସୀରେ ଅତିିକଙ୍କ ପୁଅ ଅସଦ ଓ ଜଣେ ସୁଟର ମୁଲାଦକୁ ଏନକାଉଂଟର କରି ମାରିଦେଇଥିଲା । ତେବେ ଅତିକ ଏବଂ ତାଙ୍କ ପରିବାରର ଅପରାଧିକ କାରବାର ବହୁତ ଲମ୍ବା ।

Advertisment

ଅସଦ ଅହମ୍ମଦ
ଅତିକଙ୍କ ତୃତୀୟ ପୁଅ

ଏପ୍ରିଲ ୧୩ରେ ଝାନ୍ସୀରେ ଅସଦକୁ ଗୁଳି କରିଥିଲା ଏସ୍ଟିଏଫ୍
ଅସଦଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଥିଲା
ଉମେଶ ପାଲ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଅଭିଯୋଗ
ଅସଦ ପ୍ରୟାଗରାଜ ଏବଂ ଲକ୍ଷ୍ନୌରେ ପାଠ ପଢୁଥିଲେ
ବିଦେଶ ଯାଇ ଆଇନ ପାଠ ପଢିବାକୁ ଚାହୁଁଥିଲେ
ଏଥିପାଇଁ ପାସପୋର୍ଟ ପାଇଁ ଆବେଦନ କରିଥିଲେ ଅସଦ
ପୋଲିସ ଭେରିଫିକେସନରେ ନେଗେଟିଭ୍ ରିପୋର୍ଟ ଦିଆଯାଇଥିଲା
ଏପ୍ରିଲ ୧୫ରେ ଅସଦର ଶେଷକୃତ୍ୟ ପୟାଗରାଜରେ ହୋଇଥିଲା

ଅତିକଙ୍କ ଦୁଇ ଭାଇ
ଅସରଫ, ଖଲିକ ପାଜମୀ

ଅସରଫ ଉମେଶ ପାଲ ହତ୍ୟା ମାମଲା ଅଭିଯୁକ୍ତ
୨୦୦୫ରେ ରାଜୁ ପାଲ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ
ଲକ୍ଷେ୍ମøର ସିବିଆଇ ଅଦାଲତରେ ଦୁଇଟି ମାମଲା ରହିଥିଲା
ଖଲିକ ପାଜମୀଙ୍କ ବିରୋଧରେ ୫୨ଟି ଅପରାଧିକ ମାମଲା ରହିଛି
ହତ୍ୟା, ଅପହରଣ, ହତ୍ୟା ପାଇଁ ଉଦ୍ୟମ ଭଳି ଅପରାଧିକ ମାମଲା

ସାଇସ୍ତା
ଅତିକ ଅହମ୍ମଦଙ୍କ ସ୍ତ୍ରୀ

ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ସାଇସ୍ତା
ଉମେଶ ପାଲ ହତ୍ୟା ପରଠୁ ଫେରାର ସାଇସ୍ତା
ଅତିକ ଅହମ୍ମଦଙ୍କ ସ୍ତ୍ରୀ ସାଇସ୍ତାକୁ ଖୋଜୁଛି ପୋଲିସ
୨୦୦୯ରେ ପ୍ରୟାଗରାଜରେ ୩ଟି ଠକେଇ ମାମଲା ରହିଛି

ଉମର ଓ ଅଲୀ
ଅତିକଙ୍କ ପୁଅ

ଲକ୍ଷ୍ନୌ ବ୍ୟବସାୟୀ ମୋହିତ ଜୟସ୍ୱାଲଙ୍କ ଅପରହଣ ମାମଲାର ମୁଖ୍ୟ ଅଭିଯୁକ୍ତ
ଅଗଷ୍ଟ ୨୦୨୨ରେ ଲକ୍ଷ୍ନୌରେ ଆତ୍ମସମର୍ପଣ କରିଥିଲେ ଉମର
ଅପହରଣ ମାମଲାରେ ଏବେ ଜେଲରେ ଉମର ଅହମ୍ମଦ
ଅତିକ ଅହମ୍ମଦର ଦ୍ୱିତୀୟ ପୁଅ ହେଉଛି ଅଲୀ ଅହମ୍ମଦ
ଅଲୀ ଅହମ୍ମଦଙ୍କ ବିରୋଧରେ ପ୍ରୟାଗରାଜରେ ୪ଟି ମାମଲା ରହିଛି
ମରଣାନ୍ତକ ଆକ୍ରମଣ ଏବଂ ବଟି ଆଦାୟ ସହ ଅନ୍ୟାନ୍ୟ ମାମଲା ଅଛି
ଜୁଲାଇ ୨୦୨୧ରେ ପୟାଗରାଜରେ ଆତ୍ମସମର୍ପଣ କରିଥିଲେ ଅଲୀ
ଏବେ ଅଲୀ ମଧ୍ୟ ଜେଲରେ ସଜା କାଟୁଛି