କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ବାପା ଓ ପୁଅଙ୍କୁ ଦିଆଗଲା କବର । ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ପୁଅ ଅସଦକୁ କସାରି ମସାରିଠାରେ ଥିବା ଶ୍ମଶାନରେ କବର ଦିଆଯାଇଛି । ପୋଲିସର ଏନକାଉଂଟରରେ ନିପାତ ହୋଇଥିବା ଅସଦକୁ ଶନିବାର କବର ଦିଆଯାଇଥିଲା । ସେହିପରି ରବିବାର ବାପା ଅତିକକୁ ପୁଅର କବର ପାଖରେ ସମାଧି ଦିଆଯାଇଛି ।

Advertisment

ଏସଆରଏନ୍ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ଅତିକ ଓ ଅଶରଫର ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସେଠାରୁ ପରିବାର ଲୋକେ ବ୍ୟାପକ ପୋଲିସ ସୁରକ୍ଷା ସହ ଅତିକ ଓ ଅଶରଫର ମୃତହେହକୁ ସମାଧି ଦେବା ପାଇଁ ଶ୍ମଶାନକୁ ନେଇଥିଲେ । ଶ୍ମଶାନର ଚାରିପଟେ ଆଏଏଏଫ୍ ସୁରକ୍ଷାକର୍ମୀ ଜମି ରହିଥିଲେ । ଅତିକର ଶେଷକୃତ୍ୟ ସମୟରେ ତା’ର ଦୁଇ ନାବାଳକ ପୁଅ ଅହଜାନ ଓ ଅବାନ ଉପସ୍ଥିତ ଥିଲେ ।

ତେବେ ଅତିକର ପତ୍ନୀ ଶାଇସ୍ତା ଏବେବି ଫେରାର ଅଛି । ଅନ୍ୟପଟେ ଶନିବାର ଅସଦର ମୃତଦେହକୁ ତା’ର ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଉ ସମ୍ପର୍କୀୟଙ୍କ ଦ୍ୱାରା ଅସଦର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ କଥା ହେଉଛି ଅତିକର ବାପା ହାଜି ଫିରୋଜ ଅହମ୍ମଦ ଓ ମା’ଙ୍କୁ ମଧ୍ୟ ସମାନ ଜାଗାରେ କବର ଦିଆଯାଇଥିଲା ।