କନକ ବ୍ୟୁରୋ : ଆଜି ହାତକୁ ଦୁଇ ହାତ ହେବେ କ୍ରିକେଟର କେଏଲ ରାହୁଲ । ବଲିଉଡ ଅଭିନେତା ସୁନିଲ ସେଠୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଠୀଙ୍କୁ ବିବାହ କରିବେ ରାହୁଲ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ନିଜର ପୁରୁଣା ମହିଳା ବନ୍ଧୁ ଆଥିୟାଙ୍କୁ ବିବାହ କରିବେ ରାହୁଲ । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ପାଳନ କରାଯାଇଥିଲା ।

Advertisment

ତେବେ ଉଭୟ ଖଣ୍ଡାଲାରେ ଥିବା ସୁନିଲ ସେଠୀଙ୍କ ବଙ୍ଗଳାରେ ବିବାହ କରିବେ ବୋଲି ସୂଚନା ମଳିଛି । ତେବେ ମୋଟ ୨୦୦ ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ରାହୁଲ ଏବଂ ଆଥିୟା ଉଭୟଙ୍କର ଶହେ ଲେଖାଏଁ ଅତିଥି ସାମିଲ ହେବେ । ତେବେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି ।