ଆଠଗଡରେ ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ୍ ! ଭିଡ଼କୁ ଦେଖି ଉତକ୍ଷିପ୍ତି ହୋଇ ଲୋକଙ୍କୁ ଆକ୍ରମଣ କଲା ହାତୀ

26

କନକ ବ୍ୟୁରୋ : ଆଠଗଡ ଅଂଚଳରେ ହାତୀ ଆତଙ୍କ । ଏବେ ସ୍ଥାନୀୟ ଅଂଚଳରେ ହାତୀ ଆତଙ୍କ ବଢିବାରେ ଲାଗିଛି । ଆଠଗଡ ଖୁଂଟୁଣୀ ବନାଂଚଳ ବାଳୀ ବଉଳ ଛକ ଜାତୀୟ ରାଜପଥ ରେ ହାତୀପଲ ଆତଙ୍କ ଚଳାଇଛନ୍ତି । ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ହାତୀଙ୍କୁ ଦେଖିବା ଲାଗି ଲୋକେ ଭିଡ ଜମାଇଥିବାବେଳେ ସେମାନଙ୍କୁ ବି ଆକ୍ରମଣ କରିଛି ହାତୀ । ହାତୀଙ୍କୁ ଧରିବା ଲାଗି ବନବିଭାଗ ନାକେଦମ ହୋଇଛି । ସେମାନଙ୍କୁ ଜଙ୍ଗଲକୁ ଘଉଡାଇବା ଲାଗି ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଆଠଗଡ ଖୁଂଟୁଣୀ ବନାଂଚଳ ବଉଳ-ସାରକୋଳିରେ ହାତୀପଲ ମାତିଥିଲେ । ଗାଁ ଭିତରକୁ ମାଡ଼ି ଆସିଥିଲେ ହାତୀପଳ । ସେତେବେକ୍ଷଳ ମଧ୍ୟ ବନ ବିଭାଗ  ହାତୀଙ୍କୁ ଘଉଡାଇବାକୁ ଯାଇ ନାକେଦମ୍ ହୋଇଥିଲେ । ବାରମ୍ବାର ଏପରି ଅବସ୍ଥା ଦେଖିବାକୁ ମିଳୁଛି ଆଠଗଡ଼ରେ ।