ଆଠଗଡ଼ : ରାଜରାସ୍ତାରେ ହାତୀଙ୍କ ଉପଦ୍ରବ

24

କନକ ବ୍ୟୁରୋ : ରାଜରାସ୍ତାରେ ଗଜରାଜ । ଆଠଗଡ ବନଖଣ୍ଡ ଅନ୍ତର୍ଗତ ସୁବାସୀ ସଂରକ୍ଷଣ ଜଙ୍ଗଳରୁ ବାହାରି ବଉଳ ନିକଟରେ ଉପଦ୍ରବ କରିଛନ୍ତି ହାତୀ ପଲ । ଏମାନେ ୫୫ ନମ୍ବର ଜାତୀୟ ରାଜପଥ କଡରେ ବୁଲାବୁଲି କରୁଥିବାରୁ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀ ପଲକୁ ଘୋଡାଇବାକୁ ଉଦ୍ୟମ କରିଛନ୍ତି । ତେବେ ଥରେ ଦୁଇ ଥର ନୁହେଁ, ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଯେଉଁଥି ପାଇଁ ସ୍ଥାନୀୟ ଅଂଚଳରେ ଏନେଇ ଭୟ ଦେଖାଯାଇଛି  ।