କନକ ବ୍ୟୁରୋ : ପୁଣି ବିସ୍ଫୋରଣରେ ଥରି ଉଠିଛି ପାକିସ୍ତାନ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଆତଙ୍କବାଦ ନିରୋଧୀ ବିଭାଗର ପୋଲିସ୍ ଷ୍ଟେସନ ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା ।

Advertisment

ଆଉ ଏହି ଦୁଇଟି ବଡ଼ ଧରଣର ବିସ୍ଫୋଣରେ ପୁରା କୋଠାକୁ ନଷ୍ଟ କରିଦେଇଛି । ଆହତଙ୍କୁ ସ୍ୱାତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନାହିଁ । ହେଲେ ପାକିସ୍ତାନୀ ତାଲିବାନୀ ଗୋଷ୍ଠୀ ଟିଟିପିର ଏହା ପଛରେ ହାତ ଥିବାର ସନ୍ଦେହ କରାଯାଉଛି । କାରଣ ଟିଟିପି ସେଠାକାର ସେନା ଉପରେ ଏବେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି । ଏହାସହ ପୋଲିସ୍ କର୍ମୀଙ୍କୁ ମଧ୍ୟ ଟାର୍ଗେଟ କରୁଛି ଏହି ସଙ୍ଗଠନ ।