ଅସ୍ତରଙ୍ଗରୁ ଆସିଲା ରାସ୍ତା ନିର୍ମାଣରେ ହେରଫେରର ଚିତ୍ର : ତିଆରି ହୋଇଛି ୪୨ କୋଟିର ରାସ୍ତା; ଏବେ ହାତରେ ଟେକିଦେଲେ ଚାଦର ଭଳି ଉଠିଯାଉଛି ପିଚୁ

244

କନକ ବ୍ୟୁରୋ : ଅସ୍ତରଙ୍ଗରୁ ଆସିଲା ରାସ୍ତା ନିର୍ମାଣରେ ହେରଫେରର ଚିତ୍ର । ୪୨ କୋଟି ଖର୍ଚ୍ଚରେ ନିର୍ମାଣ ହୋଇଥିବା ରାସ୍ତା, ଏବେ ହାତରେ ଟେକିଦେଲେ ଚାଦର ଭଳି ଉଠିଯାଉଛି ଏହାର ପିଚୁ । ରାସ୍ତା କାମ ସରିବାର ୧୫ଦିନ ନ ପୂରୁଣୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିଗଲାଣି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରୁ ନିମାପଡା ପର୍ଯ୍ୟନ୍ତ ୩୦କିଲୋମିଟର ରାସ୍ତାର ନବୀକରଣ ପାଇଁ ନିର୍ମାପଡା ପୂର୍ତ୍ତବିଭାଗ ପକ୍ଷରୁ ୪୨କୋଟି ଟଙ୍କା ବ୍ୟୟବରାଦରେ କେବିଏମ ନାମକ କନଷ୍ଟ୍ରକସନ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା ।

ଏହି ରାସ୍ତା କାମ ଚାଲିଥିବାବେଳେ କାକଟପୁର ନିକଟ ସୋମନାଥପୁର ଠାରେ ଗତ ୧୫ଦିନ ପୂର୍ବରୁ ରାସ୍ତା କାମ କରାଯାଇ ପିଚୁ ପକାଯାଇଥିଲା । ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ରାସ୍ତାରେ ଗଲାବେଳେ ଖଣ୍ଡ ଖଣ୍ଡ ପିଚୁ ଚାଦର ଭଳି ଉଠିଯାଉଥିବା ଦେଖିବାକୁ ମିଳିଛି । ୪୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିରେ ହୋଇଥିବା ଦୁର୍ନୀତି ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ନିମ୍ନ ମାନର କାମ ପଛରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତିି ସ୍ଥାନୀୟ ଲୋକେ ।