ବନ୍ୟା ବଢାଉଛି ଟେନସନ୍ ! ଶାଖା ନଦୀ କାଦୁଆରେ ୩୦ ଫୁଟର ଘାଇ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

31

ବନ୍ୟା ବଢାଇଲା ଟେନସନ୍ । ମହାନଦୀରେ ବନ୍ୟାଜଳ ପ୍ରଭାହିତ ହେବା ପରେ ତାର ଶାଖାନଦୀରେ ବନ୍ୟାର ଆଶଙ୍କା ଦେଖାଦେଇଛି । ଶାଖାନଦୀ କାଦୁଆରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଗାଁ, ଚାଷଜମି ସବୁଆଡେ ବନ୍ୟା ଜଳ ମାଡିଯାଇଛି । ଯାହାଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସୂଚନା ଯୋଗ୍ୟ କି, ମହାନଦୀର ଶାଖା ଦେବୀ ନଦୀରେ ଅସ୍ତରଙ୍ଗ ବାଉରିଆକଣ ଠାରେ ବନ୍ୟା ଜଳ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଦେବୀର ଶାଖା କାଦୁଆ ଓ ପ୍ରାଚୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଛି । ଅସ୍ତରଙ୍ଗ ନିକଟସ୍ଥ ସୁଦ୍ଧିକେଶ୍ୱର ଗ୍ରାମ ନିକଟରେ କାଦୁଆ ନଦୀର ଉତ୍ତର ପଟ ବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହେବା ସହ ତାହା ଧିରେ ଧିରେ ମେଲିବାରେ ଲାଗିଛି । ଶହସହ ଏକର ଚାଷ ଜମି ବୁଡିବାରେ ଲାଗିଛି । ଗତ କାଲି ଠାରୁ ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ନିମାପଡା ଜଳସେଚନ କେନ୍ଦ୍ର ପକ୍ଷରୁ କୌଣସି ମରାମତିର ବ୍ୟବସ୍ଥା କରାଯାଇପାରି ନାହିଁ । ଆଜି ସଂନ୍ଧ୍ୟା ସୁଦ୍ଧା ୪ଟି ଗାଁରେ ବନ୍ୟା ଜଳ ପଶିବାର ଆଶଙ୍କା ରହିଥିବା ବେଳେ ସୁଦ୍ଧିକେଶ୍ୱର ଗାଁର ଅନ୍ୟ ଚାରୋଟି ଅଞ୍ଚଳ ଆତଙ୍କିତ ଅବସ୍ଥାରେ ଅଛନ୍ତି ।