ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହ କାର୍ଯ୍ୟ ୩୦ ମିନିଟ ପାଇଁ ମୁଲତବୀ । 

84

କନକ ବ୍ୟୁରୋ: ଅପରାହ୍ନ ଅଧିବେଶନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ତେଣୁ ଗୃହ କାର୍ଯ୍ୟକୁ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଆଜି ସକାଳୁ ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା । ତେଣୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ହୋଇଥିଲା । ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେହିଭଳି ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ବିଜେଡିର ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହି କାରଣରୁ ଗୃହକୁ ମଲତବୀ କରିଛନ୍ତି ବାଚସ୍ପତି ।