ଚାଷ ଓ ଚାଷୀ ପ୍ରସଙ୍ଗରେ ସରିଗଲା ଶୀତ ଅଧିବେଶନର ୨ ଦିନ ! ଆଜି ଗୃହରେ ଫେରିପାରେ ସ୍ୱଭାବିକ ସ୍ଥିତି

54

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗରେ ଦୁଇଦିନ ହେଲାଣି ଅଚଳ ହୋଇପଡିଛି ବିଧାନସଭା । ବିଧାନସଭାରେ ଶୀତ ଅଧିବେଶନର ଆଜି ତୃତୀୟ ଦିନ । ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ ପ୍ରସଙ୍ଗ ଗୃହକୁ ଫେରିପାରେ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଗୃହ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ପ୍ରଧାନମନ୍ତ୍ରୀ ଗୃହକମିଟିକୁ ଭେଟିବାକୁ ଅନୁମତି ଦେଇନଥିବା ସଂପର୍କରେ ଗୃହକ ଅବଗତ କରାଯିବ । ଏନେଇ ଆଜି ବିଧାନସଭାରେ ଗୃହ କମିଟିର ରିପୋର୍ଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି । ତେବେ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ ଆଲୋଚନା ହେବ ।

assembly adjjournedମିଳିଥିବା ଖବର ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଆଜି ଗୃହକୁ ଫେରିପାରେ । ଗତକାଲି ଅପରାହ୍ନ ୫ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ବିଧାନସଭା ଗୃହ କମିଟିକୁ ଭେଟିବାକୁ ଅନୁମତି ଦେଇନଥିବା ସଂପର୍କରେ ଆଜି ଗୃହକୁ ଅବଗତ କରାଯିବ । ଏଥିଲାଗି କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ ହେବ । ତେବେ ପରବର୍ତୀ ପଦକ୍ଷେପ କଣ ନିଆଯିବ,ସେ ନେଇ ଗୃହରେ ପୁଣି ଥରେ ଆଲୋଚନା ହୋଇପାରେ । ଗତକାଲି ଗୃହ କମିଟି ବୈଠକ ପରେ ଏମିତି ସୂଚନା ମିଳିଛି । ଦୀର୍ଘ ଘଣ୍ଟାଏ କାଳ ଗତକାଲିଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ପରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ବିଧାନସଭା ୨୮ ତାରିଖରେ ବସୁଥିବା ପରିପ୍ରେକ୍ଷୀରେ ପୂର୍ବ ବୈଠକର ନିଷ୍ପତ୍ତି ମୁତାବକ ଖୋଦ୍ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ତାଙ୍କ କାର୍ଯ୍ୟାଳୟକୁ ସମୟ ମାଗିଥିଲେ। ମାତ୍ର ଏହା ଉପରେ କୌଣସି ପ୍ରତ୍ରିକ୍ରିୟା ଆସିନାହିଁ । ଗତକାଲି ଏ ନେଇ ଆଲୋଚନା ହୋଇଥିଲା ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ମୁତାବକ, ଆଜି ଚାଷୀ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ବାଟ ଖୋଲିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସରକାରୀ ଦଳ ପକ୍ଷରୁ ବିଧାନସଭା ସଚିବାଳୟକୁ ଏକ ମୋସନ୍ ଦିଆଯାଇଥିବା ସୂଚନା ମିଳିଛି । ଯେଉଁଥିରେ ରାଜ୍ୟରେ ପ୍ରାକୃତିକ ବିପର୍ୟ୍ୟୟ ଜନିତ ଫସଲହାନି ଓ ସରକାରଙ୍କ ପଦକ୍ଷେପ ତଥା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା ସଂପର୍କରେ କୁହାଯାଇଛି । ତେବେ ବିଧାନସଭା ସଚିବାଳୟ ଏ ନେଇ ମୁହଁ ଖୋଲିନାହିଁ ।

ଗତକାଲି ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ପାଇଁ ଅନୁରୋଧ କରିଥିଲେ । ସେପଟେ ସରକାରଙ୍କ ତରଫରୁ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ଶତପଥୀ ଓ ବିଧାୟକ ସଞ୍ଜୟ ଦାସବର୍ମା ବିରୋଧୀ ଦଳ ନେତାଙ୍କୁ ଭେଟି ଗୃହ ସ୍ୱାଭାବିକ କରିବା ସଂପର୍କରେ ଆଲୋଚନା କରିଥିଲେ । ଆଜି ଅପରାହ୍ନରେ ୨୦୧୭-୧୮ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବା ନେଇ ବିଧାନସଭାରେ ସର୍ବସମ୍ମତକ୍ରମେ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପ ସଂପର୍କରେ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବ ବୋଲି ନିଷ୍ପତ୍ତି ହୋଇଥିଲା । ଏ ନେଇ ତିନିଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)କୁ ଯୋଗାଯୋଗ କରାଯାଇଥିଲା । ପିଏମଓରୁ କୌଣସି ଉତ୍ତର ମିଳିନାହିଁ ।