ବନ୍ୟାରେ ଉବୁଟୁବୁ ଆସାମ। ୬ଦିନରେ ୪୫ଲକ୍ଷ ଲୋକ ହେଲେଣି ପ୍ରଭାବିତ। 

84

କନକ ବ୍ୟୁରୋ : ପୂର୍ବ ଭାରତରେ କରାଳରୂପ ଦେଖାଉଛି ପ୍ରକୃତି । ମୌସୁମୀ ଆରମ୍ଭ ହେବା ସହ ପୂର୍ବୋତ୍ତର ରାଜ୍ୟରେ କାଳ ସାଜିଛି ବର୍ଷା । କେଉଁଠି ପାଣି ଭାସୁଛି ଘରଦ୍ୱାର ତ ପୁଣି କେଉଁଠି  ଘର ଉପରେ ଖସିପଡିଛି ବଡ ବଡ ପଥର ଖଣ୍ଡ । ବ୍ରହ୍ମପୁତ୍ର ସହ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଦେଇ ପ୍ରବାହିତ ହେଉଛି । ପ୍ରଶାସନର ସୁବିଧା ସଠିକ ସମୟରେ ନପହଁଚିବା କାରଣରୁ ବିପଦପୂର୍ଣ୍ଣ ସ୍ଥିତିରେ ଲୋକମାନେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ଆଉ କେଉଁଠି ଉଦ୍ଧାରକାରୀ ଦଳ ପହଁଞ୍ଚିବୋଟ ଓ ଡଙ୍ଗା ସାହାଯ୍ୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ବିଶେଷ କରି ଆସାମ ଓ ମେଘାଳୟରେ ଜାରି ରହିଛି ବର୍ଷା, ବନ୍ୟା ସାଙ୍ଗକୁ ଭୁସ୍କଳନ ।  ଲଗାଣବର୍ଷା ପରେ ଗୌହାଟୀଠୁ ନେଇ ବିଭିନ୍ନ ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅଛନ୍ତି ଲୋକମାନେ । ଏମାନଙ୍କ ଉଦ୍ଧାର ପାଇଁ ସେନା ସହ ଏନଡିଆର, ଏସଡିଆରଏଫ ଟିମ ନିୟୋଜିତ ଅଛନ୍ତି ।

ମୁସଳଧାରା ବର୍ଷାରେ ସ୍ମାର୍ଟ ସିଟି ଗୌହାଟୀ ଭାସୁଛି । ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ଘର ଭିତରେ ପାଣି, ଆଶ୍ରୟସ୍ଥଳରେ ବନ୍ୟା ବିପନ୍ନଙ୍କୁ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଭୁସ୍କଳନ ଘଟଣା ଘଟୁଛି । କେଉଁଠି ପାହାଡ ଖସୁଛି ତ ପୁଣି କେଉଁଠି ରାସ୍ତା ଫାଟି ଆଁ କରିଛି । ରାସ୍ତାରେ ଗାଡି ଯାଉ ଯାଉ ପାହଡ ତଳକୁ ଖସିଯାଉଛି । ଗୌହାଟୀ ସହ ଧିମାହାସି ସବୁଠୁ ଅଧିକ କ୍ଷତି ସହିଛି ।

ଆସାମରେ ବନ୍ୟା ପ୍ରଳୟ

• ଭୁସ୍କଳନ ଯୋଗୁଁ ମେଘାଳୟ ଓ ଆସାମ ଜାତୀୟ ରାଜପଥ ବିଚ୍ଛିନ ହୋଇଛି 

• ଆସାମର ୨୪ ଜିଲ୍ଲା ପାଇଁ ଆର୍ଲଟ ଜାରି

• ସ୍ଥାନେ ସ୍ଥାନେ ଭୁସ୍କଳନ ଜାରି 

• ବ୍ରହ୍ମପୁତ୍ର ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

• ୪୫ଟି ଟ୍ରେନ ବାତିଲ କରାଯାଇଛି 

• ୧୨୪ ଅସ୍ଥାୟୀ ଆଶ୍ରୟସ୍ଥଳରେ ବନ୍ୟାବିପନ୍ନ

• ଆସାମରେ ୬ଦିନ ଧରି ପ୍ରବଳ ବର୍ଷା ଜାରି

• ଦିନକରେ ୮ଜଣଙ୍କ ମୃତ୍ୟୁ

• ବନ୍ୟା ଓ ଭୁ୍ସ୍କଳନ ଯୋଗୁଁ ୮୦ଜଣଙ୍କ ମୃତ୍ୟୁ

• ୪୨ଲକ୍ଷ ୨୮ହଜାର ୧୦୦ଜଣ ଲୋକ ବନ୍ୟାରେ ପ୍ରଭାବିତ

• ଅଧିକାଂଶ ଜିଲ୍ଲାରେ ଅରେଞ୍ଜ ଓ ୟେଲୋ ଆର୍ଲଟ ଜାରି

• ବନ୍ୟାରେ ବୁଡିଛି ୫୧୩୭ ଗାଁ

• ୨୭ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ

ମୌସୁମୀ ବର୍ଷା ପୂର୍ବରୁ ବି ଅନେକ ଥର ଆସାମ, ମେଘାଳୟ ଓ ଅରୁଣାଚଳପ୍ରଦେଶ ପରି ପୂର୍ବୋତ୍ତର ରାଜ୍ୟରେ ବନ୍ୟା ସମସ୍ୟା ଦେଖାଦେଇଛି । ଆଉ ଏବେ ପ୍ରକୃତି ଦାଉ ସାଧିବା କାରଣରୁ ରାଜ୍ୟଗୁଡିକ ନାହିଁ ନଥିବା କ୍ଷତି, ସମସ୍ୟା ଦେଇ ଗତି କରୁଛନ୍ତି ।