ଆସାମରେ ପ୍ରବଳ ବନ୍ୟା। ୬୨ଜଣଙ୍କର ଗଲାଣି ଜୀବନ, ୩୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ।

175

କନକ ବ୍ୟୁରୋ : ଆସାମରେ ହା ହା କାର । ପ୍ରବଳ ବନ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍କଳନରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ ଏବଂ ହୌଲକାଣ୍ଡି ଜିଲ୍ଲାରେ ଭୂସ୍କଳନରେ ଜଣେ ଜିଅନ୍ତା ପୋତି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପାଣିରେ ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ୩୨ ଜିଲ୍ଲାରେ ୪,୨୯୧ ଗାଁରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫୋନ ଯୋଗେ ହିମନ୍ତଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି ।