ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା କର୍ତ୍ତବ୍ୟ ଏବଂ ମାନବିକତାର ନିଚ୍ଛକ ଉଦାହରଣ ! ମା’ ଦେଲେ ପରୀକ୍ଷା , ଶିଶୁ ସମ୍ଭାଳିଲେ ମହିଳା ପୋଲିସ୍

785

ଆଜିର ଏହି ଇଣ୍ଟରନେଟ୍ ଦୁନିଆରେ ଦିନକୁ ଦିନ ନୂତନତା ସହ ଯୋଡି ହୋଇଯାଉଛି ମଣିଷ । ଆଉ ଏହି ଇଣ୍ଟରନେଟରେ କେବଳ ସବୁବେଳେ ଖରାପ ସମ୍ବାଦ ଆସିଥାଏ ବୋଲି କିଛି ମାନେ ନାହିଁ ବେଳେବେଳେ ସମାଜକୁ ଉଦାହରଣ ଦେଲା ଭଳି ଭିଡିଓ ମଧ୍ୟ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ସମୟରେ ମାନବିକତା କ୍ଷୂର୍ଣ୍ଣ ହୋଇଯାଉଛି । କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଯେଉଁ ଫଟୋ ଦେଖାଇବାକୁ ଯାଉଛୁ ତାହାକୁ ଦେଖିଲେ ଆପଣଙ୍କୁ ଲାଗିବ ଯେ ଆଜି ବି ସମାଜରେ ମାନବପଣିଆ ବଚିଂ ରହିଛି । ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଦୁଇ ମହିଳା ପୁଲିସକର୍ମୀ ଖାକି ପୋଷାକରେ କୋଳରେ ଶିଶୁ ଧରିଥିବା ଦେଖିବାକୁ ମିଳୁଛନ୍ତି ।

ଘଟଣାଟି ହେଉଛି ଆସାମର । ଆସାମରେ ଆୟୋଜିତ ଟିଇଟି ପରୀକ୍ଷା ସମୟରେ ଦୁଇ ମହିଳା ପୁଲିସକର୍ମୀ ପରୀକ୍ଷାକେନ୍ଦ୍ର ବାହାରେ ଦୁଇ କଅଁଳା ଶିଶୁଙ୍କୁ ଧରିଥିବାର ଏକ ଫଟୋ ଟୁଇଟରରେ ଖୁବ୍ ସେୟାର୍ ହେଉଛି । ସୂଚନା ଅନୁଯାୟୀ , ଟିଇଟି ପରୀକ୍ଷାର୍ଥୀ ଶିଶୁଙ୍କ ମା’ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଶିଶୁଙ୍କ ଦାୟିତ୍ୱ ଡ୍ୟୁଟିରେ ଥିବା ପୋଲିକର୍ମୀଙ୍କୁ ଦେଇଥିଲେ ଏବଂ କର୍ତ୍ତବ୍ୟ ଓ ମାନବିକତାକୁ ଏକସଙ୍ଗେ ତୁଲାଇଥିଲେ ୨ ମହିଳା ପୁଲିସ୍ । ବର୍ତ୍ତମାନ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମହିଳା ପୁଲିସଙ୍କୁ କେବଳ ସୋସିଆଲ୍ ମିଡିଆରେ ନୁହଁ ଅନେକ ମହଲରୁ ମଧ୍ୟ ଭୁରି ଭୁରି ପ୍ରଶଂସା କରାଯାଉଛି ।