ବଦଳିବ ଆସାମ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କ ନାଁ , ହେବ ଓରାଙ୍ଗ ନ୍ୟାସନାଲ ପାର୍କ ,ବିରୋଧୀ କହିଲେ ଷଡଯନ୍ତ୍ର କରୁଛି ବିଜେପି

246

କନକ ବ୍ୟୁରୋ: ରାଜୀବ ଗାନ୍ଧୀଙ୍କ ନାଁକୁ ନେଇ ରାଜନୀତି । ଖେଳ ରତ୍ନରୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁ ଉଠିବା ପରେ ଏବେ ଆସାମରୁ ମଧ୍ୟ ତାଙ୍କ ନାଁ ଉଠିଯିବା ନେଇ ରାଜନୀତି ଜୋର ଧରିଛି । ଆସାମ ନ୍ୟାସନାଲ ପାର୍କର ନାଁ ବଦଳିବ । ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କ ବଦଳରେ ଏହାର ନାଁ ହେବ ଓରାଙ୍ଗ ନ୍ୟାସନାଲ ପାର୍କ । କ୍ୟାବିନେଟ ବୈଠକରେ ଆଲୋଚନାରେ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଆଦିବାସୀ ଓ ଜନଜାତିଙ୍କ ଦାବିକୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

୭୯.୨୮ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ପାର୍କକୁ ୧୯୮୫ରେ ୱାଇଲ୍ଡ ଲାଇଫ୍ ସାଙ୍କଚୁଆରୀ ଓ ୧୯୯୯ରେ ନ୍ୟାସନାଲ ପାର୍କର ମାନ୍ୟତା ମିଳିଥିଲା । ୨୦୦୧ରେ ତରୁଣ ଗୋଗୋଇଙ୍କ ସରକାର ସମୟରେ ଏହାକୁ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କ ଭାବେ ନାମ କରଣ କରାଯାଇଥିଲା । ବ୍ରହ୍ମପୁତ୍ର ନଦୀର ଉତ୍ତର ଦିଗରେ ଅବସ୍ଥିତ ଏହି ନ୍ୟାସନାଲ ପାର୍କ ବେଙ୍ଗଲ ଟାଇଗର, ଏକ ସିଙ୍ଘା ଗଣ୍ଡା, ପିଗମି ହଙ୍ଗ୍, ଜଳହସ୍ତି ଓ ହାତୀଙ୍କ ପାଇଁ ଏହି ନ୍ୟାସନାଲ ପାର୍କ ପ୍ରସିଦ୍ଧ । ମୁଖ୍ୟମନ୍ତ୍ରୀଙ୍କ ସଫେଇ ପରେ ବି ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଜାଣିଶୁଣି ରାଜୀବ ଗାନ୍ଧୀଙ୍କ ନାଁକୁ ଲିଭାଇ ଦେବାକୁ ବିରୋଧୀ ଅଭିଯୋଗ ବାଢିଛନ୍ତି ।