ଅରୁଣାଚଳପ୍ରଦେଶ ଓ ଆସାମ ସୀମା ବିବାଦର ହେବ ସମାଧାନ । ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ।

69

କନକ ବ୍ୟୁରୋ: ଆସନ୍ତାବର୍ଷ ଭିତରେ ଅରୁଣାଚଳପ୍ରଦେଶ ଓ ଆସାମ ସୀମା ବିବାଦର ସମାଧାନ ନିଶ୍ଚୟ ବାହାରିବ । ଏଥିସହ ରାଜ୍ୟକୁ ଉଗ୍ରବାଦୀ ମୁକ୍ତ କରାଯିବ । ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଆସାମ ଗସ୍ତରେ ଥିବା ଶାହା ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ସେ କହିଛନ୍ତି କି ରାଜ୍ୟରେ ହିଂସାତ୍ମକ ସ୍ଥିତିରେ ସୁଧାର ଆସୁଛି । ଏଠାକାର ଯୁବପୀଡ ପୂର୍ବପରି ନିଜ ପାଖରେ ପେଟ୍ରୋଲ ବୋମା ଓ ବନ୍ଧୁକ ନୁହେଁ ବଂର ଲାପଟପ ରଖୁଛନ୍ତି ଷ୍ନିଜ ନିଜର ଷ୍ଟାଟଅପ ଖୋଲୁଛନ୍ିି । ଏହା ରାଜ୍ୟକୁ ବିକାଶ ଦିଗକୁ ନେଉଛି । ଯାହା ବିଜେପି ସରକାରଙ୍କ ଏକ ସ୍ୱପ୍ନ ଥିଲା ବୋଲି ଶାହା କହିଛନ୍ତି । ଆଜି ଦିନିକିଆ ଅରୁଣାଚଳପ୍ରଦେଶ ଗସ୍ତ କରିି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ ।