ଏଏସଓ ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସସିଙ୍କୁ ନିର୍ଦ୍ଦେଶ

1,177

କନକ ବ୍ୟୁରୋ : ଏଏସ୍ଓ ମେରିଷ୍ଟ ଲିଷ୍ଟ ଖାରଜ । ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣୀ ହୋଇଛି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଷ୍ଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତା ସହିତ ୨ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ତେବେ ଲିଖିତ ପରୀକ୍ଷାର ମୋଟ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୦୬ଟି ଏଏସଓ ପଦବୀ ପାଇଁ ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା ।