କନକ ବ୍ୟୁରୋ: ଆସିଷ୍ଟାଂଟ ସେକ୍ସନ ଅଫିସର ଏଏସଓ ପରୀକ୍ଷା ବିବାଦକୁ ନେଇ ହାଇକୋର୍ଟଙ୍କ ବଡ ରାୟ । ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ଚୁଡାନ୍ତ ତାଲିକା ବା ଫଳ ପ୍ରକାଶ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ହେଲେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି । ଏଏସଓ ପରୀକ୍ଷାରେ ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଯାଇଛନ୍ତି ପରୀକ୍ଷାର୍ଥୀ । ଆବେଦନକାରୀ ଯେଉଁ ସବୁ ବିଷୟ ଉଠାଇଛନ୍ତି ତାହା ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ଏଥିସହ ମାମଲାର ଶୁଣାଣି ନସରିବା ଯାଏଁ ଓପିଏସସି ଚୂଡାନ୍ତ ଫଳ ପ୍ରକାଶ କରିପାରିବ ନାହିଁ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ ।
ପୂର୍ବରୁ ଏଏସଓ ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ ଆଣି ଓପିଏସସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ଏଏସଓ ପରୀକ୍ଷାର୍ଥୀ । ଜଣେ ଛାତ୍ର କାହିଁକି ଅନ୍ୟ ଛାତ୍ରଙ୍କ ମାର୍କ ଜାଣିପାରିବ ନାହିଁ ବୋଲି ଯୁକ୍ତି ବାଢିଥିଲେ । ପରେ ଏନେଇ ହାଇକୋର୍ଟ ଯାଇଥିଲେ୍ ପରୀକ୍ଷାର୍ଥୀ । କୋର୍ଟ ମାମଲାର ଶୁଣାଣି କରି ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ୨୦୧୬ ନୀତି ଅନୁଯାୟୀ ନୂଆ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡିସେମ୍ବର ୨୦ ତାରିଖରେ ଏଏସଓ ପରୀକ୍ଷା ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହିଦିନ ଓପିଏସ ମୁଲ୍ୟାଙ୍କନ ବିବାଦକୁ ନେଇ କଣ ସ୍ପଷ୍ଟୀକରଣ ରଖୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।