କନକ ବ୍ୟୁରୋ : ରତ୍ନଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ । ଏନେଇ ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛି ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସଆଇ । ଯେଉଁଥିରେ ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ରତ୍ନଭଣ୍ଡାରର ମରାମତି ଆବଶ୍ୟକ । ୨୦୧୮ରେ ଶେଷଥର ପାଇଁ ବାହାର ଭଣ୍ଡାରର ଅନୁଧ୍ୟାନ କରାଯାଇଥିଲା । ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । କୋର୍ଟ ଅନୁମତି ଦେଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।
ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କୁ ସୁପାରିଶ କରିଛି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଓ ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ପରିଚାଳନା କମିଟି । ଏହାସହ ରତ୍ନଭଣ୍ଡାର ଖୋଲିବାକୁ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ଗଠନ କରାଯିବ । ଯେଉଁ ଟିମରେ ଏଏସଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ରହିବେ । ଲେଜର ସ୍କାନିଂ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଯାଞ୍ଚ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହେବା ସହ ଏହାକୁ ସରକାରଙ୍କ ନିକଟକୁ ସୁପାରିଶ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/33_00000-2.jpg)