ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବଂ ଆମିର ଖାନ୍ଙ୍କ ଭଳି କଳାକାରଙ୍କ ସହ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତ୍ରୀ ଆସିନ୍ । ବେଶି ସମୟ ସେ ବଲିଉଡ୍ରେ ନ କଟାଇ ୨୦୧୬ରେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ । ୨୦୧୭ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ମଧ୍ୟ ବର୍ଷେ ପର୍ୟ୍ୟନ୍ତ ସେ ନିଜ ଝିଅର କୌଣସି ଫଟୋ ବା ନାଁ ସୋସିଆଲ ମିଡ଼ିଆରେ ସେୟାର କରି ନଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟ କଳାକାରମାନେ ନିଜ ପିଲାମାନଙ୍କର ପ୍ରତିଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରୁଥିବା ବେଳେ ଏହାର ଠିକ୍ ଓଲଟା କରିଛନ୍ତି ଆସିନ୍ । ଜନ୍ମ ହେବାର ବର୍ଷେ ପରେ ଏବେ ଆସିନ୍ ନିଜ ଝିଅର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତାଙ୍କ ଝିଅର ନାମ ଆରିନ ରଖାଯାଇଥିବା ବେଳେ ଆସିନ୍ ସେୟାର କରିଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଅକ୍ଟୋବର ୨୫ରେ ଆସିନ୍ ଏବଂ ରାହୁଲ ଆରିନ୍ର ଜନ୍ମଦିନ ପାଳନ କରିଥିବା ବେଳେ ଇନ୍ଷ୍ଟାରେ ଫଟୋ ଏବଂ ନାଁକୁ ସମସ୍ତଙ୍କ ସହ ସେୟାର କରିଥିଲେ ।