ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ : ଏଏସଆଇ ଓଡିଶା ମୁଖ୍ୟଙ୍କ ସ୍ଥିତି ଅନୁଧ୍ୟାନ; ପ୍ରକଳ୍ପର କଲେ ଫଟୋଗ୍ରାଫି

58

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ ଏଏସ୍ଆଇ ଓଡ଼ିଶା ମୁଖ୍ୟ । ଅରୁଣ ମଲ୍ଲିକଙ୍କ ନେତୃତ୍ୱର ଆସିଥିବା ୪ ଜଣିଆ ଟିମ୍ ପୁରୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନିର୍ମାଣ କାମର ଭିଡିଓଗ୍ରାଫି ଓ ଡକ୍ୟୁମେଣ୍ଟସନ୍ କରିଥିଲେ । ଏହା ସହ ଭର୍ଚୁଆଲରେ ଏଏସଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ ।

ଆସନ୍ତା ଜୁନ୍ ୨୨ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ୍ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କରିଥିଲେ ।