ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା !

76

କନକ ବ୍ୟୁରୋ : ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇନଜୀନୀ ଅଶୋକ ପରିଜା । ଆଜି ବିଧିବଦ୍ଧ ଭାବେ ବର୍ତ୍ତମାନର ଆଡ଼ଭୋକେଟ୍ ଜେନେରାଲ ସୂର୍ଯ୍ୟ ମିଶ୍ରଙ୍କ ଠାରୁ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଶୋକ ପରିଜା । ବରିଷ୍ଠ ଆଡ଼ଭୋକେଟ ତଥା ବାର କାଉନସିଲ ଅଫ୍ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ ଅଶୋକ ପରିଜାଙ୍କୁ ସରକାର ଆଡ଼ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି । କାର୍ଯ୍ୟଭାର ଗ୍ରହଣ ପରେ ଅଶୋକ ପରିଜା କହିଛନ୍ତି, ପ୍ରଥମେ ମୁଁ ଜଣେ ଓକିଲ ପରେ ଆଡ଼ଭୋକେଟ ଜେନେରାଲ । ସମସ୍ତ ଆଇନଜୀବୀ ଭାଇଙ୍କ ସହଯୋଗ ଓ ପରାମର୍ଶ ନେଇ କାମ କରିବି ।

ମାତ୍ର ୨୩ ବର୍ଷ ବୟସରୁ ଅଶୋକ ପରିଜା ଓଡ଼ିଶା ବାର କାଉନସିଲରେ ଜଣେ ଆଡ଼ଭୋକେଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ୍ ବିଜୟ କୁମାର ମହାନ୍ତିଙ୍କ ଅଧୀନରେ ସେ ତାଙ୍କ ଆଇନ ବୃତ୍ତି ଆରମ୍ଭ କରିଥିଲେ । ୨୦୦୩ରେ ଜଣେ ବରିଷ୍ଠ ଆଇନଜୀବୀ ମର୍ଯ୍ୟାଦା ହାସଲ କରିବା ପରେ,୨୦୦୮ ରେ ରାଜ୍ୟ ବାର କାଉନସିଲର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୧ରେ ଅଶୋଖ ପରିଜା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ ।