କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଦୃଢ ଦାବିଦାର ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବେ ଅଡ଼ୁଆରେ । ଅଶୋକ ଗେହଲଟଙ୍କ ଉପରେ କ୍ଷୁବ୍ଧ ହାଇକମାଣ୍ଡ । ଗେହଲଟଙ୍କୁ ସମର୍ଥନ କରୁଥିବା ଦଳୀୟ ବିଧାୟକମାନେ ବିଦ୍ରୋହ କରି କଂଗ୍ରେସ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହାକୁ ନେଇ ଗେହଲଟ୍ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଗ୍ରହଣ କରିନାହାନ୍ତି ହାଇକମାଣ୍ଡ । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଚିନ୍ତା କରୁଥିବା ଜଣାପଡ଼ିଛି ।

Advertisment

ଏହା ହେଲେ ସେ କଂଗ୍ରେସ ସଭାପତି ନିର୍ବାଚନ ଲଢିପାରିବେ ନାହିଁ । ଏହା ସହ ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯିବ ବୋଲି କୁହାଯାଉଛି । ତାଙ୍କ ସ୍ଥାନରେ ଆଉ ଜଣେ ନେତାଙ୍କୁ କଂଗ୍ରେସ ସଭାପତି କରିବ ବୋଲି ପ୍ରସ୍ତୁତି ଆରମ୍ଭ କରିଛି । ରାଜସ୍ଥାନ ସଙ୍କଟ ମଧ୍ୟରେ ଜୟପୁରରୁ ଫେରିଥିବା ପର୍ଯ୍ୟବେକ୍ଷକ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବେ । ସଚିନ ପାଇଲଟଙ୍କୁ ବିରୋଧ କରି ଗେହଲଟ ଶିବିରର ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେଇଥିଲେ । ଆଉ ରାଜସ୍ଥାନର ରାଜନୈତିକ ହଟଚମଟ ପଛରେ ଗେହଲଟଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।