ସମୁଦ୍ରରେ ବଳ ଗୋଟାଇ ଉପକୂଳମୁହାଁ ଭୀଷଣ ସାମୁଦ୍ରିକ ଝଡ ‘ଅସାନି’ : ଘଣ୍ଟାପ୍ରତି ୧୯କିଲୋମିଟର ବେଗରେ କରୁଛି ଗତି

768

କନକ ବ୍ୟୁରୋ : ପୁରୀଠାରୁ ପ୍ରାୟ ୭୪୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅସାନି ରହିଛି । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି । ଏହା ଗଲା ୬ଘଣ୍ଟା ହେଲା, ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁରୀ ଠାରୁ ଉତ୍ତର- ଉତ୍ତର-ପୂର୍ବ ଦିଗରେ ୭୫୦ କିଲୋମିଟର ଦୂରରେ ଅସାନି ରହିଛି ।

ଏହା ଉତ୍ତରପୂର୍ବ ଦିଗରେ ଅର୍ଥାତ ଓଡିଶା ଉପକୂଳ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବ । ୧୦ତାରିଖ ସନ୍ଧ୍ୟା ଯାଏ ଏହା ଉପକୂଳ ଆଡକୁ ମୁହାଁଇବ, ଏହା ପରେ ମୋଡ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ । ଏହି ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ତେବେ ପୁରୀଠାରୁ ୯୦ରୁ ୧୦୧୦ କିଲୋମିଟର ଭିତରେ ସମୁଦ୍ର ଭିତରେ ଗତି କରିବ । ଏହି ସମୟରେ ପବନର ବେଗ ଘଣ୍ଟାକୁ ପ୍ରାୟ ୫୦ କିଲୋମିଟର ରହିବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।