କ୍ଷୀର ଦାମ ବଢ଼ିବା ପରେ ବଢ଼ିଲା ଛେନା ଓ ପନିର ଦାମ: କିଲୋ ପିଛା ୧୦ଟଙ୍କା ଓ ୧୫ଟଙ୍କା ବୃଦ୍ଧି

176

କନକ ବ୍ୟୁରୋ: କ୍ଷୀର ଦାମ ବଢ଼ିବା ପରେ ଏବେ ବଢ଼ିଛି ଦୁଗ୍ଧଜାତ ଦ୍ରବ୍ୟ ଛେନା ଓ ପନିରର ଦାମ । ପୂର୍ବରୁ ଯେତିକି ଦାମରେ ବିକ୍ରି ହେଉଥିଲା, ଏବେ ତାଠାରୁ ଛେନା କେଜି ପିଛା ୧୦ଟଙ୍କା ଓ ପନିର କେଜି ପିଛା ୧୫ଟଙ୍କା ବୃଦ୍ଧି ପାଇଛି । କ୍ଷୀର ଦାମ, ଜାଳେଣି ଦାମ ଓ ଅନ୍ୟାନ୍ୟ ଜିନିଷର ଦାମ ବଢ଼ୁଥିବାରୁ ଛେନା ଓ ପନିର କାଟୁଥିବା ବ୍ୟବସାୟୀମାନେ ଦୀର୍ଘ ଦିନ ହେବ ଦର ବଢ଼ାଇବାକୁ ଦାବି କରି ଆସୁଥିଲେ । ଆଉ ଏବେ ଆସୋସିଏସନ ପକ୍ଷରୁ ଦରକୁ ବଢ଼ା ଯାଇଥିବା କହିଛନ୍ତି ବ୍ୟବସାୟୀ ।

ଛେନା ଦର ବଢ଼ିବା ପରେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡିଥିବା ଦେଖିବାକୁ ମିଳିଛି । କେଉଁଠି ମିଠା ଦରକୁ ବଢ଼ାଇ ଦିଆଯାଇଛି, ତ ଆଉ କେଉଁଠି ମିଠାର ସାଇଜକୁ ଟିକେ ଛୋଟ କରି ଦେଇଛନ୍ତି ବ୍ୟବସାୟୀ ।