କମିଲା ଦିନର ଅବଧି, ବଢିିଲା ପୃଥିବୀର ଘୂର୍ଣ୍ଣାୟମାନ ବେଗ

448

କନକ ବ୍ୟୁରୋ: ଗୋଟିଏ ଦିନ ଯେ ୨୪ ଘଂଟା । ଏବେ ଏହି ସମୟ କମିଯାଇଛି । ଜୁଲାଇ ୨୯ ବା ଗତ ଶୁକ୍ରବାର ପୃଥିବୀ ୧.୫୯ ମିଲି ସେକେଣ୍ଡରୁ କମ୍ ସମୟ ମଧ୍ୟରେ ନିଜ କକ୍ଷ ଚାରିପାଖେ ଭ୍ରମଣ କରିଛି । ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାର ପ୍ରଭାବ ଏବେ ଆମ ଜୀବନଶୈଳୀ ଉପରେ ପଡିବ ବୋଲି ମତ ପ୍ରକାଶ ପାଇଛି । ଦେଖନ୍ତୁ ଏହି ରିପୋର୍ଟ । ପୃଥିବୀ ନିଜ କକ୍ଷ ସହିତ ସୂର୍ଯ୍ୟ ଚାରିପଟେ ବୁଲେ । ତେଣୁ ଦିନ ରାତି ହେଉଛି । ସୂର୍ଯ୍ୟ ଚାରିପାଖେ ବୁଲିବାକୁ ପୃଥିବୀକୁ ୨୪ ଘଂଟା ସମୟ ଲାଗେ । ଏବେ କିନ୍ତୁ ସମୟ କମିଯାଇଛି ।
ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି ।

ସୂର୍ଯ୍ୟ ଚତୁଃପାର୍ଶ୍ୱ ଅତିକ୍ରମ କରିବା ପାଇଁ ପୃଥିବୀକୁ ୩୬୫ ଦିନ ବା ବର୍ଷେ ଲାଗିଥାଏ । ଏବେ କିନ୍ତୁ ପୃଥିବୀ ନିଜକକ୍ଷ ପଥରେ ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ୨୯ ତାରିଖରେ ପୃଥିବୀ ୧.୫୯ ମିଲି ସେକେଣ୍ଡରୁ କମ୍ ସମୟ ମଧ୍ୟରେ ନିଜ କକ୍ଷ ଚାରିପାଖେ ଭ୍ରମଣ କରିଛି । ଏଥିଲାଗି ପୃଥିବୀକୁ ୨୪ ଘଂଟାରୁ କମ୍ ସମୟ ଲାଗିଛି । ‘ଇଣ୍ଡିପେଣ୍ଡେଂଟ’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଛି । ତେଣୁ ୨୦୨୦ରେ ପୃଥିବୀରେ ସବୁଠାରୁ ଛୋଟ ମାସ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ୧୯୬୦ରେ ସମାନ ସ୍ଥିତି ଉପୁଜିଥିଲା । ତେବେ ୨୦୨୧ରେ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟିଥିଲେ ହେଁ କୌଣସି ବଡ଼ ପରିବର୍ତନ ଦେଖିବାକୁ ମିଳିନାହିଁ ।

ଏହା ପଛର କାରଣ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନି । କିନ୍ତୁ ମହାସାଗରୀୟ ପରିବେଶ, ଜଳବାୟୁ ପରିବର୍ତନ ଯୋଗୁ ଏ ପ୍ରକାର ପରିବର୍ତନ ଦେଖାଦେଇଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।

ପୃଥିବୀର କକ୍ଷପଥ ଘୂର୍ଣ୍ଣାୟମାନ ବେଳେ ପୃଷ୍ଠଭାଗରୁ ଏହାର ଭୌଗୋଳିକ ରେଖା ପର୍ଯ୍ୟନ୍ତ ଏକ ମୁଭେମେଂଟ ହେଉଛି । ଏହି କାରଣରୁ ପୃଥିବୀର ଘୂର୍ଣ୍ଣାୟମାନ ବେଗରେ ବୃଦ୍ଧି ଘଟୁଥାଇପାରେ । ବୈଜ୍ଞାନିକ ଲେଓନିଦ ଜୋଟୋଭ୍, କ୍ରିଷ୍ଟିଆନ୍ ବିଜୋଉଆର୍ଡ, ନିକୋଲେ ସିଡୋର୍ନକୋଭ କହିଛନ୍ତି । ସେପଟେ ଯଦି ଭବିଷ୍ୟତରେ ଏ ପ୍ରକାର ସ୍ଥିତିର ଲଗାତର ହୁଏ ତେବେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ । ଫଳରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଏବଂ ଟେଲିକମ କ୍ଷେତ୍ରକୁ ଏହା ପ୍ରଭାବିତ କରିବ । ଅନ୍ୟପଟେ ସମୟରେ ବ୍ୟତିକ୍ରମ ଦେଖାଦେଲେ ଇଲେକଟ୍ରିନିକ୍ସ ଡାଟା ନଷ୍ଟ ହେବାର ଆଶଙ୍କା ରହିଛି । ଷ୍ଟାଣ୍ଡାର୍ଡ ପ୍ରାଇମେରୀ ଟାଇମ୍ ଦ୍ୱାରା ସାରା ବିଶ୍ୱ ପରିଚାଳିତ । ହେଲେ ଏପରି ପରିବର୍ତନ ଦ୍ୱାରା ବିଗତ ଦିନରେ ପ୍ରାୟ ୨୭ ଥର ଅଧି ସେକେଣ୍ଡରେ ପରିବର୍ତନ ହୋଇଥିବା କୋଅର୍ଡିନେଟେଡ୍ ୟୁନିଭର୍ସାଲ ଟାଇମ୍ (ୟୁଟିସି) ପକ୍ଷରୁ କୁହାଯାଇଛି ।