କନକ ବ୍ୟୁରୋ: ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦ୍ଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ସୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ । କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇନଥିଲେ ବୋଧେ, ବଂଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ ।

Advertisment

ବାହା ହେଲା ଝିଅ, ଶୁଦ୍ଧି ହେଲେ ପରିବାର । ଝିଅ ପ୍ରେମ ବିବାହ କରିଥିବାରୁ ଆତ୍ମାର ସଦ୍ଗତି କାମନା କରି ଶୁଦ୍ଧି କରିଦେଲେ ପରିବାର ଲୋକ । ଯେଉଁଠି ଝିଅର ବାହାଘର ହେଉଥିଲା, ତାର ଠିକ୍ ପାଖରେ ସୁଦ୍ଧିକର୍ମ କରୁଥିଲେ ପରିବାର ଲୋକ । ଯୁଗ ବଦଳି ଥାଇପାରେ । କିନ୍ତୁ କିଛି ଲୋକଙ୍କ ମାନସିକତା ଏବେ ବି ବଦଳିିନାହିଁ । ତାହା ହୋଇନଥିଲେ ବୋଧେ, ବଂଚିଥିବା ଝିଅକୁ ଶ୍ରାଦ୍ଧ ଦେଇନଥାନ୍ତେ ପରିବାର ଲୋକ । ଝିଅର ପ୍ରେମ, ବାପା-ମାଙ୍କ ମନରେ କେତେ ଘୃଣା ସୃଷ୍ଟି କରିପାରେ, ଇଏ ହେଉଛି ତାର ଦୁଇଟି ଖବର ।

ଗୋଟିଏ ପଟେ ଝିଅଟିଏ ବାହାବେଦୀରେ ବସିଛନ୍ତି । ଆଉ ଗୋଟିଏ ପଟେ ସେହି ଝିଅର ସୁଦ୍ଧିକ୍ରିୟା କରୁଛନ୍ତି ମା-ବାପା । ବିବାହ ବେଦୀରୁ ଶ୍ରାଦ୍ଧ ହେଉଥିବା ସ୍ଥଳର ଦୂରତା ମାତ୍ର ଦୁଇ ଶହ ମିଟର । ଗୋଟିଏ ପଟେ ଶୁଭ ମନାସୀ ମନ୍ତ୍ରପାଠ କରାଯାଉଛି । ଆଉ ଗୋଟିଏ ପଟେ ଆତ୍ମାର ଶାନ୍ତି ପାଇଁ ପୂଜାପାଠ କରାଯାଇଛି । କାହିଁକି ଏମିତି କରୁଛନ୍ତି ଜନ୍ମ ଦେଇଥିବା ମା-ବାପା ଓ ପରିବାର ଲୋକ, ତାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘର ଲୋକଙ୍କ ବାରଣସତ୍ୱେ ଝିଅ ପ୍ରେମ ବିବାହ କରିଛନ୍ତି ବୋଲି ପରିବାର ଲୋକ ଶ୍ରାଦ୍ଧ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଂଚଳରେ ।

ଉଭୟ ପରିବାର ଜାଣିଥିଲେ, ଯୁବକ-ଯୁବତୀ ପରମ୍ପରକୁ ଭଲ ପାଉଥିଲେ । ବାହା ହେବାକୁ ଚାହୁଁଥିଲେ । ହେଲେ ଏଥିରେ ଝିଅ ଘରର ସମ୍ପର୍କୀୟମାନେ ରାଜି ହୋଇନଥିଲେ । ପରିବାର ଲୋକଙ୍କ ବାରଣ ପରେ ଯୁବକଙ୍କ ପାଖକୁ ଚାଲି ଯାଇଥିଲେ । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଆଉ ଏହି ବିବାଦ ଭିତରେ ପ୍ରେମୀ ଯୁଗଳଙ୍କ ବାହାଘର ହୋଇଥିଲା । ବିବାହ ପରି ଝିଅ ଘର ଲୋକ, ତାର ସୁଦ୍ଧି କ୍ରିୟା କରିଦେଇଛନ୍ତି ।

ବଂଚି ଥାଉଁ ଥାଉଁ ନିଜ ଜନ୍ମକଲା ଝିଅ ବାହା ହୋଇଯିବା ପରେ ଝିଅ ଘରର ଲୋକ ଆତ୍ମାର ସଦ୍ଗତି କାମନା କରି ଶୁଦ୍ଧି କରିଦେଇଛନ୍ତି । ଯାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି ।