ଧ୍ୟାନ ଦିଅନ୍ତୁ ସରକାର…. ନିର୍ବାଚନ ପାଇଁ କସରତ ଯେତିକି, ବିକାଶ ପାଇଁ ମଧ୍ୟ ହେଉ ସେତିକି ରଣନୀତି ।

114

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ଏଠାରେ ପ୍ରଶ୍ନ ଉଠୁଛି, ନିର୍ବାଚନ ଜିତିବାକୁ ଯେତିକି ଉଦ୍ୟମ ହେଉଛି, ଯଦି ସେହି ଅନୁରୂପ ଉଦ୍ୟମ ରାଜ୍ୟର ବିକାଶ ପାଇଁ ହୁଏନ୍ତା, ତେବେ କେଉଁ ସ୍ତରକୁ ପହଁଚନ୍ତା ଓଡ଼ିଶା ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜୋରଦାର ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ଏଥିପାଇଁ ୮ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ ଓ ବହୁ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଏଇଠି ଗୋଟିଏ କଥା ମନକୁ ଆସୁଛି, ନିର୍ବାଚନ ଜିତିବାକୁ ଯେତିକି ଉଦ୍ୟମ ହେଉଛି, ଯଦି ସେହି ଅନୁରୂପ ଉଦ୍ୟମ ରାଜ୍ୟର ବିକାଶ ପାଇଁ ହୁଏନ୍ତା, ତେବେ କେଉଁ ସ୍ତରକୁ ପହଁଚନ୍ତା ଓଡ଼ିଶା ।

ଭିନ୍ନ ଭିନ୍ନ ସମସ୍ୟା ସହ ଲଢ଼େଇ କରୁଛନ୍ତି ରାଜ୍ୟବାସୀ । କେଉଁଠି ପାଣି ପାଇଁ ଲୋକ ହନ୍ତସନ୍ତ ହେଉଛନ୍ତି ତ କେଉଁଠି ପାଣି ଅଭାବରୁ ହତାଶ ହେଉଛି ଚାଷୀ । ବେରୋଜଗାରୀ ଠାରୁ ଦାଦନ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଘେରରେ ରହିଛନ୍ତି ଓଡ଼ିଶାର ଯୁବ ଗୋଷ୍ଠୀ । ଯଦି ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସେହିଭଳି ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯାଏ, ତେବେ ଏକ ବିରାଟ ପରିବର୍ତନ ସମ୍ଭବ ହୋଇପାରନ୍ତା ।

       ଧ୍ୟାନ ଦିଅନ୍ତୁ ସରକାର

  • ବର୍ଷା ପାଣି ସମୁଦ୍ରକୁ ବୋହିଯାଉଛି, ଖରାଦିନେ ନଦୀ ଶୁଖିଲା । ଯଦି ସରକାର ନଦୀ ଉପରେ ବନ୍ଧ ତିଆରି କରନ୍ତେ, କୋଟି କୋଟି ଓଡ଼ିଆ ଉପକୃତ ହୁଅନ୍ତେ ।
  • ୨୦୧୨ରୁ ୨୦୧୮ ଭିତରେ ଓଡ଼ିଶାରେ କୃଷକଙ୍କ ଆୟ ମାତ୍ର ୩ ପ୍ରତିିଶତ ବଢ଼ିଛି । ଏହାକୁ ୧୦୦ ପ୍ରତିଶତ ଅର୍ଥାତ୍ ଚାଷୀଙ୍କ ଆୟ ୨ ଗୁଣ କରିହୁଅନ୍ତା ।
  • ଗତ ୧ ବର୍ଷରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଭିତରେ ୩୦ ପ୍ରତିଶତ ଅର୍ଥାତ ୧୮ ଲକ୍ଷ ପିଲା ସ୍କୁଲ ଛାଡିଛନ୍ତି । ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ।
  • ଓଡ଼ିଶାରେ ବେକାରି ହାର ୬.୨ ପ୍ରତିଶତ ଥିବା ବେଳେ ଜାତୀୟ ହାରଠାରୁ ଆଗରେ ରହିଛି । ତେଣୁ ନିଯୁକ୍ତ ପାଇଁ ସରକାର ଏକ ବଡ଼ ଧରଣର ପଦକ୍ଷେପ ନେବାର ଆବଶ୍ୟକତା ରହିଛି

ନିର୍ବାଚନ ଲଢ଼ିବା ଏବଂ ନିର୍ବାଚନ ଜିତିବା ପାଇଁ ରଣକୌଶଳ ତିଆରି କରିବା ପ୍ରତ୍ୟେକ ରାଜନୈତିକ ଦଳର ଧର୍ମ । ଏବଂ ଏହାକୁ ନିଷ୍ଠାର ସହ କରିବା ମଧ୍ୟ ଉଚିତ । କିନ୍ତୁ ଏହା ସହ ରାଜ୍ୟର ବିକାଶ ପାଇଁ ଅନୁରୂପ ଯୋଜନା, ଅନୁରୂପ ରଣନୀତି ପ୍ରସ୍ତୁତ ହେଲେ, ଓଡ଼ିଶା ଦେଶର ସବୁଠୁ ଆଗୁଆ ରାଜ୍ୟ ଭାବେ ପରିଗଣିତ ହୁଅନ୍ତା ।